logo
add image
ବିର ହନୁମାନଙ୍କ ନୂତନବିଗ୍ରହ ପ୍ରତିଷ୍ଠା

ବିର ହନୁମାନଙ୍କ ନୂତନବିଗ୍ରହ ପ୍ରତିଷ୍ଠା

ଗୁଣୁପୁର/ରାୟଗଡା/୧୧/୦୩/୨୦୨୫/(ଆଧାର ମିଡ଼ିଆ)-ରାୟଗଡା ଜିଲ୍ଲା ଗୁଣୁପୁର ବଂଶଧାରା ପୋଲ ମୁଣ୍ଡରେ ଥିବା ବୀର ହନୁମାନ ମନ୍ଦିରରେ ବିକ୍ରମପୁର ବାସୀଙ୍କ ଦ୍ଵାରା ନୂତନ ଶିଳା ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଜୟବୀର ହନୁମାନ ଧ୍ୱନିରେ ବେଦଧ୍ୱନି, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ବଂଶଧାରା ଉପକୂଳ । ଏହି ପ୍ରତିଷ୍ଠା ଉତ୍ସବ ୪ଦିନ ଧରି ଚାଲିଥିବା ବେଳେ ଆଜି ଶେଷ ହୋଇଛି । ପ୍ରଥମ ଦିବସରେ କଳସ ଯାତ୍ରା, ଗଙ୍ଗା ଆବାହନ, ଅଙ୍କୁରା ରୋପଣ ,ଦ୍ୱିତୀୟ ଦିନରେ ସୂର୍ଯ୍ୟପୂଜା,ଶିଳାପୂଜା ଓ ମଣ୍ଡଳ ପୂଜା, ତୃତୀୟ ଦିନରେ ରତ୍ନ କଳସ ସ୍ଥାପନ ଓ ଆଜି ଶ୍ରୀ ବିଗ୍ରହଙ୍କ ଆଳୟ ପ୍ରବେଶ, ଷୋଡଶ ଉପଚାର ପୂଜା, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବେଦାନ୍ତ ଆଶ୍ରମର ମୁଖ୍ୟପୂଜକ ନଳିନୀ ଗୁରୁଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜକ ଶରତ ମହାପାତ୍ର, କାଳିଆ ମହାନ୍ତି, ଚନ୍ଦନ ,ଯୋଗେଶ,ସନ୍ତୋଷ, ଗୁପ୍ତେଶ୍ୱର,ଅଶ୍ୱିନୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ବଂଶଧାରା ପୋଲ ନିର୍ମାଣ ସରିବା ପରେ ଉକ୍ତ ସ୍ଥାନରେ ବହୁ ସଡକ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ । ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହେବାରୁ ସ୍ଥାନୀୟ ଜନସାଧାରଣ ଗତ ୨୦୦୬ ମସିହାରେ ବ୍ରହ୍ମଲୀନ ସ୍ୱାମୀଜୀ ଶ୍ରୀ ବିଦ୍ୟାନନ୍ଦ ସାଗର ମହାରାଜଙ୍କ ପରାମର୍ଶ ଲୋଡିଥିଲେ । ଉକ୍ତ ସ୍ଥାନରେ ଏକ ହନୁମାନ ବିଗ୍ରହ ଙ୍କୁ ସ୍ଥାପିତ କରି ପୂଜାର୍ଚ୍ଚନା କରିବା ପାଇଁ ସ୍ଵାମୀଜୀ ମତାମତ ଦେବାପରେ ପ୍ରଥମେ ଫୋଟ ପୂଜା ଓ ପରେ ବିଗ୍ରହ ପୂଜା ଅନୁଷ୍ଠିତ ହୋଇ ଆସୁଥିଲା । ସେହି ଦିନଠାରୁ ଏହି ସ୍ଥାନରେ ଦୁର୍ଘଟଣା ଘଟୁ ନଥିବା ଜଣାପଡିଛି । ତେବେ ପୁରୁଣା ବିଗ୍ରହ ଜରାଜୀର୍ଣ୍ଣ ହେବାରୁ ନୂତନ ଶିଳା ବିଗ୍ରହ ପ୍ରତିଷ୍ଠା କରାଯାଇଛି ।ଏହି ପ୍ରତିଷ୍ଠା ଉତ୍ସବ ରେ ବିକ୍ରମପୁର ଓ ଗୁଣୁପୁର ଅଂଚଳର ସମସ୍ତ ଅଧିବାସୀ ସହଯୋଗ କରିଥିଲେ l

Recent Comments

Leave Comments

Top