ଭବାନିପାଟଣା/ ୧୨/ ୦୩/ ୨୫/ (ଆଧାର ମିଡ଼ିଆ)-ପୁରୁଣାପଡା ସ୍କୁଲଛକ କମିଟି ଦ୍ୱାରା ଆୟୋଜିତ ଶ୍ରୀ ଶ୍ରୀ ରାଧାକ୍ରିଷ୍ଣ ମନ୍ଦିର ଦୋଳମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଇତି ଅବସରରେ ଉତ୍ସବ କମିଟିର ସଭାପତି ଶ୍ରୀଯୁକ୍ତ ସନ୍ତୋଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ସରକାରଙ୍କ ଅନୂସୁଚିତ ଜାତି ଓ ଜନଜାତି ବିଭାଗର ମଣ୍ଡଳ ନୀରିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମହାରଣା ଯୋଗଦେଇ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ, କୃପାଭିକ୍ଷ୍ୟୁ ଏବଂ ଉତ୍ସବ ପ୍ରେମୀଙ୍କୁ ନିଜର ଉଦବୋଧନ ଦେବାସହ ଉପସ୍ଥିତ ଜନତାଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ମାଣିକେଶ୍ଵରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଇନ୍ଦ୍ରଜିତ୍ ମହାଖୁଡ ଅନ୍ଯତମ ବିଶିଷ୍ଟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମା ଚରଣ ପ୍ରଧାନ,ରାଜସ୍ବ ନୀରିକ୍ଷକ ଶ୍ରୀଯୁକ୍ତ ମଦନ ମାଝୀ ପ୍ରମୂଖ ମଞ୍ଚାସିନ ହୋଇ ଦୋଳ ଉତ୍ସବର ମହତ୍ବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ଦେବା ସହ ଚାରିଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିଥିଲେ। ସ୍ଵର୍ଗତ ବୃନ୍ଦାବନ ସାହୁ, ସ୍ଵର୍ଗତ କେଶବ ଭୋଇ, ସ୍ଵର୍ଗତ କୀର୍ତ୍ତନ ଡାକୁଆ ପ୍ରମୁଖଙ୍କୁ ମରଣୋତ୍ତର ସମ୍ମାନରେ ସାମ୍ନାନୀତ ହେବାସହ । ଶ୍ରୀଯୁକ୍ତ ସୁଦର୍ଶନ ହଂସ ଙ୍କୁ ସମ୍ମାନୀତ କରାଯାଇଥିଲା।ଚିତ୍ରାଙ୍କନ ପ୍ରତିଯୋଗୀତା, ସାଧାରଣ ଜ୍ଞାନ, ରଙ୍ଗୋଲି, ହୁଳହୁଳି ଓ ଡ୍ଯାନ୍ସ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ଭଗବାନ ବିଶୋଇ କରିଥିବା ବେଳେ ସୀତାକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରିଶେଷରେ ଉତ୍ସବ କମିଟିର ସମ୍ପାଦକ ଶ୍ରୀଯୁକ୍ତ କମ୍ଭୂ ପାଣି ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ।
Recent Comments