logo
add image
ଦୋଳପୂର୍ଣ୍ଣିମା ପାଇଁ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ

ଦୋଳପୂର୍ଣ୍ଣିମା ପାଇଁ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ

ବାଲିଗୁଡା/୧୪/୦୩/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)-ଓଡ଼ିଶାରେ ଯେତେ ଗୁଡିଏ ପର୍ବଅଛି ହୋଲି ପର୍ବ ସେଥିମଧ୍ୟରୁ ଅନ୍ୟତ୍ତମ.ହୋଲ୍ଳୀପର୍ବରେ ଲୋକମାନଙ୍କ ମନରେ ଏକ ଭାଇଚାରା ସୃଷ୍ଟି ହୋଇଥାଏ.ବାଦ ବିବାଦ ମାନ ଅଭିମାନ ଭୁଲି ସମସ୍ତେ ଏକତ୍ରିତ ହୋଇ ଏହିପର୍ବକୁ ପାଳନ କାରିତଆନ୍ତି. ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଫାଲଗୁନ ମାସ ଶୁକ୍ଳପକ୍ଷ ଫଗୁ ଦଶମୀ ତିଥିରୁ ଓଡିଶାରେ ଆରମ୍ଭ ହୋଇଥାଏ ଦୋଳପର୍ବ। ଏହି ଅବସରରେ ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ଦୋଳ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥିଲା। ରାଧାକୃଷ୍ଣଙ୍କର ଯୁଗଳମୁର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହ ସୁସଜ୍ଜିତ ବିମାନର ବିଜେ କରିଥିଲେ । ଶ୍ରୀ ରାଧାକୃଷ୍ଣ ବିମାନରେ ବିରାଜମାନ କରି ପ୍ରତିସାହି ଗଳିକନ୍ଦି ପରିକ୍ରମା କରି ଘରେ ଘରେ ଭୋଗ ଖାଇଥାନ୍ତି। ଆସନ୍ତାକାଲି ପାଳିତହେବ ରଙ୍ଗରପର୍ବ ହୋଲି । ସେପଟେ ଆଜି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହୋଇଛି ଦୋଳ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ଭାବେ ଦୋଳ ଉତ୍ସବ ପାଳନ ହୋଇଯାଇଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ନୀତି ନିର୍ଘଣ୍ଟ ଅନୁଯାୟୀ ଦୋଳ ବେଦୀକୁ ବିଜେ କରିବା ସହ ଫଗୁ ଅବିର ଖେଳିଥିଲେ । ଏଥିପାଇଁ ଶ୍ରୀ ଜଗନ୍ନାଥ ଓ ରାଧାକୃଷ୍ଣ ମନ୍ଦିରରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଜମାଇ ନିଜ ନିଜ ଭିତରେ ମଧ୍ୟ ଫଗୁ ଅବିର ଖେଳିଥିବା ଦେଖିବାକୁ ମିଳିଥିଲା । ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Recent Comments

Leave Comments

Top