କାକଟପୁର/17/୩/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) ଆରମ୍ଭ ହୋଇଯାଇଛି ପବିତ୍ର ଚୈତ୍ରମାସ। ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳ ବାର। ପାରମ୍ପରିକ ପ୍ରଥାନୁସାରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଝାମୁଯାତ୍ରାର ପ୍ରଥମ ପାଳିଯାତ୍ରା। ଆଜି ପ୍ରଥମ ପାଳି ଯାତ୍ରାରେ ମନ୍ଦିରରେ ନେତୋତ୍ସବ ସାଙ୍ଗକୁ ଘଣ୍ଟପାଟୁଆ ନୃତ୍ୟ, ଗୋପାଳ ସେବକ ମାନଙ୍କ ଲଉଡ଼ି ଖେଳ ଅନୁଷ୍ଠିତ ହେବ ବୋଲି ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି।୨୫ ତାରିଖରେ ଦ୍ଵିତୀୟ ପାଳି ଯାତ୍ରା, ଏପ୍ରିଲ ୧ ତାରିଖରେ ତୃତୀୟ ପାଳି ଯାତ୍ରା, ଏପ୍ରିଲ ୮ ତାରିଖରେ ଚତୁର୍ଥ ପାଳି ଯାତ୍ରା ଓ ଏପ୍ରିଲ ୧୫ ରେ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହେବ ବୋଲି ମା ମଙ୍ଗଳାଙ୍କ ପୂଜକ କମଳ ଲୋଚନ ଦୀକ୍ଷିତ ପ୍ରକାଶ କରିଛନ୍ତି। ରାଜ୍ୟର ବିଭିନ୍ନ ଦେବ ଦେବୀ ପୀଠ ମାନଙ୍କରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ଝାମୁଯାତ୍ରା ( ରଡ଼ ନିଆଁ ଉପରେ କାଳୀସି ଚାଲିବା) ଅନୁଷ୍ଠିତ ହେଉ ଥିବାବେଳେ ଏକମାତ୍ର କାକଟପୁରର ମା ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ଅଥବା ବୈଶାଖ ମାସର ପ୍ରଥମ ମଙ୍ଗଳବାର ଦିନ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ। ନିଜ ସ୍ଵାମୀ ଓ ପରିବାରର ମଙ୍ଗଳ ପାଇଁ ମା ମଙ୍ଗଳାଙ୍କୁ ସନ୍ତୁଷ୍ଟ କରିବାକୁ ସଧବା ନାରୀମାନେ ଚୈତ୍ର ମଙ୍ଗଳବାର ଓଷା ଓ ପନ୍ଥେଇ ଓଷା ପାଳନ କରିଥାନ୍ତି
Recent Comments