logo
add image
୨୦ ରେ ମା’ ପାଟ୍ଟଖଣ୍ଡା କାନ୍ଦୁଲଭଜା ଯାତ୍ରା ଭେଟ୍‌ଘାଟ୍

୨୦ ରେ ମା’ ପାଟ୍ଟଖଣ୍ଡା କାନ୍ଦୁଲଭଜା ଯାତ୍ରା ଭେଟ୍‌ଘାଟ୍

ବାଲିଗୁଡା/୧୮/୦୩/୨୯୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଚଳିତ ମାସ ୨୦ ତାରିଖ ଗୁରୁବାର ଦିନ ମହାଡ଼ମ୍ବର ସହକାରେ ଆମ ସଂସ୍କୃତି, ପ୍ରଥା ଓ ପରମ୍ପରାର ଯାତ୍ରା ମା’ ପାଟ୍ଟଖଣ୍ଡା କାନ୍ଦୁଲ ଭଜା ଯାତ୍ରା ଭେଟ୍‌ଘାଟ୍- ୨୦୨୫  ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ମଣ୍ଡପ ପରିସରରେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେବ । ଉକ୍ତ ପାରମ୍ପରିକ ଯାତ୍ରାରେ ମୁଖ୍ୟଅତିଥି ରୁପେ ସ୍ଥାନୀୟ  ବନଖଣ୍ଡ ଅଧିକାରୀ ବିଶ୍ଵରାଜ ପଣ୍ଡା, ସମ୍ମାନୀତ ଅତିଥି ରୁପେ ବାଲିଗୁଡ଼ା ମୁଠା ମୁଖ୍ୟ ଓ ନୂଆସାହି ମୁଠା ମୁଖ୍ୟ ଯୋଗଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି l ଏହି ପରିପ୍ରେକ୍ଷୀରେ ୨୦ ତାରିଖ ଗୁରୁବାର ମଧ୍ୟାହ୍ନ ୧ ଘଟିକାରେ  ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ନିକଟରେ କାନ୍ଦୁଲଭଜା ଯାତ୍ରା, ଅପରାହ୍ଣ ୨ ଘଟିକା ରେ ଭେଟ୍‌ଘାଟ୍ ଓ ସନ୍ଧ୍ୟା ୬ ଘଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତ୍ୟେକ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ ଏବଂ ରାତ୍ର-୯ ଘଟିକାରେ ମା’ ପାଟ୍ଟଖଣ୍ଡା ମନ୍ଦିର ପ୍ରାଙ୍ଗଣ କଲ୍ୟାଣ ମଣ୍ଡପ ରେ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ରହିଛି l ଏଣୁ ଏହି ଯାତ୍ରାକୁ ସରସ, ସୁନ୍ଦର ଓ ସ୍ମରଣୀୟ କରିବା ସହ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି l

Recent Comments

Leave Comments

Top