ସୁବର୍ଣ୍ଣପୁର/ ୨୦/୦୩/୨୦୨୫/ (ଆଧାର ମିଡ଼ିଆ )-ତ୍ରିବେଣୀ ସଂଗମ ସ୍ଥିତ ରାମେଶ୍ଵର ଷ୍ଟାଡିୟମ ଠାରେ ଚାଲିଥିବା ଜଗନ୍ନାଥ ମହୋତ୍ସବର ଆଜି ଦ୍ଵିତୀୟ ଦିନରେ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ସହର। ଘଣ୍ଟା ଘଣ୍ଟା ହରିବୋଲ ହୁଳହୁଳି ସହ ବେଦପାଠର ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ଅଷ୍ଟବିଷ୍ଣୁଙ୍କ ସହର ମନ୍ଦିର ମାଳିନୀ ସୁବର୍ଣ୍ଣପୁର।ଆଜି ବହୁତ ପ୍ରତିକ୍ଷୀତ ଜଗନ୍ନାଥଙ୍କ ୩୨ଦୁର୍ଲଭ ବେଶ ଦର୍ଶନ କରି ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ।ଆଜି ଅନୁଷ୍ଠିତ ହୋଇଥିବା ଏସବୁ ବତିଶ ବେଶ ଆଗରେ ୩୨ ଯୋଡି ଦମ୍ପତି ସଂକଳ୍ପରେ ବସି ବ୍ରହ୍ମପୁଜନ ସହ ବିଷ୍ଣୁ ସହସ୍ର ନାମଜପ କରିଥିବା ବେଳେ ଦିବ୍ୟ ଆଳତି ପ୍ରଦାନ କରିଛନ୍ତି । ୩୨ଜଣ ସ୍ତୋତ୍ରୀୟ ବ୍ରାହ୍ମଣ ଯଜମାନ କର୍ମ କରିଥିଲେ । ଠିକ ସେହିପରି,ପଞ୍ଚକୁଣ୍ଡିୟ ଘୃତଯଜ୍ଞରେ ମୁଖ୍ୟକର୍ତ୍ତା ଶ୍ରୀନିବାସ ମିଶ୍ର ଓ ସହଧର୍ମିଣୀଙ୍କ ସହ ମନୋଜ ଅଗ୍ରୱାଲ,ଆଭାସ ବାବୁ,ରାମକୃଷ୍ଣ ଦାଶ ଓ ସତ୍ୟ ନାରାୟଣ ମଲ୍ଲିକ ପ୍ରମୁଖ ସପତ୍ନୀକ ସଂକଳ୍ପରେ ବସି ଘୃତାହୁତି ପ୍ରଦାନ କରିଥିଲେ । ମୁଖ୍ୟ ଆଚାର୍ଯ୍ୟ ରାଜୀବ ଲୋଚନ ପଣ୍ଡାଙ୍କ ଓଁକାର ଉଚ୍ଚାରଣ ସହ ସହଯୋଗୀ ଆଚାର୍ଯ୍ୟ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ । ଆଧ୍ୟାତ୍ମିକ ଚିନ୍ତନ ସହ ବିଭିନ୍ନ ରକମର ମନୋରଞ୍ଜନ ସାମଗ୍ରୀ ରେ ଦର୍ଶକ ଙ୍କ ଅହେତୁକ ଭିଡ଼ ଲାଗିରହିଥିବା ଯୋଗୁଁ ଅବଶିଷ୍ଟ ଦିନମାନଙ୍କରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟି ରେ ରଖି କମିଟିପ୍ର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
Recent Comments