ପଦ୍ମପୁର/୨୦/୩/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ବରଗଡ ଜିଲ୍ଲା ପଦ୍ମପୁର ବଡ଼ବନ୍ଧ ପଡାରେ ଗୁରୁବାର ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧିକ ମହିଳା ପୁରୁଷ ବଡ଼ବନ୍ଧରୁ କଳସରେ ଜଳ ପୁରାଇ ବେଦମନ୍ତ୍ର, ଘଣ୍ଟ,ଘଣ୍ଟି,ହୁଲାହୁଳି, ଶଙ୍ଖର ବାଦ୍ୟ ସହିତ ପୂଜା ସ୍ଥଳରେ ପହଞ୍ଚିଥିଲେ। ପୂଜା କର୍ତ୍ତା ରୂପେ ବନମାଳୀ ବେହେରା ଓ ନମିତା ବେହେରା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଢଙ୍ଗୀ ପୂଜକ ରୂପେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ଚମ୍ପକ ପୁରୋହିତ, ଉପସଭାପତି ତ୍ରିବିକ୍ରମ ପ୍ରଧାନ, କୁନାଲ ପ୍ରଧାନ, ବାବୁଲୁ ସାହୁ, ପ୍ରକାଶ ଦାସ, ସଞ୍ଜୀବ ସାହୁ, ମଣ୍ଟୁ ଭୋଇ, କୁନି ବେହେରା, ସୁଶାନ୍ତ ବେହେରା, ନିରାକାର ଦଳେଇ, ମୁନି ଦଳେଇ ଏବଂ ପଡାବାସୀ ସହଯୋଗ କରିଥିଲେ।
Recent Comments