ଯୋଡ଼ା/କେନ୍ଦୁଝର,୨୦/୦୩(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର) ଯୋଡ଼ା ପୌରପାଳିକା ଅଧିନସ୍ତ ୫ ନମ୍ୱର ୱାର୍ଡ ଆଜାଦ ବସ୍ତିର ବାବା ଧବଳେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଯୋଡ଼ା ପୌରପାଳିକାର ୱାର୍ଡ କାଉନସିଲର,ବିଜେପି କର୍ମୀ, ଆଶାର ଦ୍ଵାର ଫାଉଣ୍ଡେସନର ସଦସ୍ୟଗଣ,ଯୋଡ଼ା ପ୍ରେସ କ୍ଲବ ସଦସ୍ୟ,ବିଭିନ୍ନ ସଙ୍ଗଠନର ସମାଜସେବୀ ମାନଙ୍କୁ ନେଇ ଏହି ପଖାଳ ଦିବସ ପାଳିତ ହୋଇଥିଲା।ଏହି ପଖାଳ ଦିବସକୁ ସରସ ସୁନ୍ଦର କରିବା ପାଇଁ ବିଶ୍ଵ ହିନ୍ଦୁ ପରିଷଦ ର ସଭାପତି ରଞ୍ଜିତ ମହାକୁଡ,ଅଜୟ ସିହ୍ନା,ପୃଥିବୀ ରାଜ,ମନ୍ଦିର ସାହି କମିଟିର ସଦସ୍ୟ,ଆଶାର ଦ୍ଵାରା ଫାଉଣ୍ଡେସନ ସଦସ୍ୟମାନେ ସମ୍ପୂର୍ଣ ଭାବରେ ସହଯୋଗ କରିଥିଲେ।ଓଡ଼ିଆ ର ପ୍ରାଣ ପଖାଳ ହୋଇଥିବାରୁ ପଖାଳ ସହିତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଯଥା ବଡି ଚୁରା,ଶାଗ ଭଜା,କାକୁଡି ସାଲାଡ଼,ବଡି ଆଳୁ ଭର୍ତା,ଆଳୁ ସଜନା ଛୁଇଁ ବେସର ଓ ଆହୁରି ବିଭିନ୍ନ ପ୍ରକାର ସୁସ୍ୱାଦିଷ୍ଟ ବ୍ୟଞ୍ଜନ ସମସ୍ତଙ୍କୁ ପରସା ଯାଇଥିଲା।ଏଠାରେ ଧନୀ ଗରିବର କୌଣସି ଭେଦଭାବ କରାଯାଇନଥିଲା।ସମସ୍ତେ ଗୋଟିଏ ଜାଗାରେ ବସି ପଖାଳର ମଜା ନେଇଥିଲେ ଓ ବହୁତ ଆନନ୍ଦିତ ମଧ୍ୟ ହୋଇଥିଲେ।
Recent Comments