ସୁବର୍ଣ୍ଣପୁର/୨୩/୦୩/୨୦୨୫/(ଆଧାର ମିଡ଼ିଆ)-ଆଧ୍ୟାତ୍ମିକ ସହର ସୁବର୍ଣ୍ଣପୁରର ରାମେଶ୍ଵର ଷ୍ଟାଡିୟମ ଠାରେ ଚାଲିଥିବା ଜଗନ୍ନାଥ ମହୋତ୍ସବରେ ପୂର୍ବଦିନମାନଙ୍କ ଭଳି ଆଜିମଧ୍ୟ ପଞ୍ଚକୁଣ୍ଡିୟ ଯଜ୍ଞ, ଜଗନ୍ନାଥଙ୍କ ୩୨ବେଶ ସାମ୍ନାରେ ବିଷ୍ଣୁ ସହସ୍ର ନାମ ସହ ରାମେଶ୍ୱର ମନ୍ଦିର ପାଖ ନାମ ମଣ୍ଡପରେରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟମଞ୍ଚରେ ଆୟୋଜିତ ଶ୍ରୀଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତିର ପ୍ରବୀଣ ପ୍ରବାଚକ ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀଙ୍କ ପ୍ରବଚନ ପ୍ରଦାନକୁ ହଜାର ହଜାର ଶ୍ରଦ୍ଧାଳୁ ଉପଭୋଗ କରିଥିବା ବେଳେ ମହୋତ୍ସବ ପରିସରରେ ପଡିଥିବା ମିନା ବଜାରରେ ମଧ୍ୟ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ସେହିପରି ମହୋତ୍ସବ ପରିସରରେ ପୁରୀରୁ ଆସିଥିବା ମହାସୁଆରଙ୍କ ପ୍ରସ୍ତୁତ ଖଜା ଓ ଭୋଗଷ୍ଟଲ ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳୁଥିବା ବେଳେ ମହୋତ୍ସବକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଆନନ୍ଦ ବଜାରରେ ମାଗଣାରେ ପ୍ରସାଦ ଗ୍ରହଣ କରୁଛନ୍ତି।ମହୋତ୍ସବ ର ଆବାହକ ନାଟ୍ୟଶ୍ରୀ ଗଦାଧର ବାରିକ,ସଂପାଦକ ଶ୍ୟାମାଓଁ ପ୍ରସାଦ ମିଶ୍ର,ବୈକୁଣ୍ଠନାଥ ଶତପଥୀ,ଶ୍ରୀବତ୍ସ ମଲ୍ଲିକ,ବିଘ୍ନରାଜ ପଣ୍ଡା,ମନୋଜ ବାରିକ,ଦୁର୍ଜଧନ ସାହୁ,ଗଣପତି ବାଘ ପ୍ରମୁଖ କାର୍ଯ୍ୟକର୍ତ୍ତା ମହୋତ୍ସବ ସଞ୍ଚାଳନ କରୁଛନ୍ତି ସେହିପରି ସୁଭଦ୍ରା ବାହିନୀ ମହିଳା କର୍ମକର୍ତ୍ତାଙ୍କ ମଧ୍ୟରେ ଆରତୀ ଖମାରୀ, ଶ୍ରଦ୍ଧାଞ୍ଜଳି ମିଶ୍ର,ସୁନନ୍ଦା ସାହୁ,ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ,ଗୀତାଞ୍ଜଳି ବହିଦାର,ନିରୂପମା ପରଡ଼ିଆ,ପୂର୍ଣ୍ଣିମା ସା,ସଂଯୁକ୍ତା ହୋତା,ସୁଜ୍ଞାନୀ ପାଣିଗ୍ରାହୀ,କଲ୍ୟାଣି ମିଶ୍ର,ପ୍ରତିମା ସେଠି, ଜ୍ୟୋତିର୍ମୟୀ ପାତ୍ର,ସ୍ମିତାରାଣୀ ମେହେର ପ୍ରମୁଖ ମହୋତ୍ସବ ପରିଚାଳନା କରୁଛନ୍ତିି ।ମୁଖ୍ୟ ଆଚାର୍ଯ୍ୟ ଭାବେ ପଣ୍ଡିତ ରାଜୀବ ଲୋଚନ ପଣ୍ଡା ଓ ରାଧେଶ୍ୟମ ପୁରୋହିତଙ୍କ ନେତୃତ୍ୱରେ ଶତାଧିକ ପଣ୍ଡିତ ସମସ୍ତ ଯଜ୍ଞକାର୍ଯ୍ୟରେ ସାମିଲ ଅଛନ୍ତି।
Recent Comments