logo
add image
ପ୍ରବେଶ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ

ପ୍ରବେଶ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ

ଗୁଣୁପୁର/ରାୟଗଡା,୨୪/୦୩(ଆଧାର ମିଡ଼ିଆ)ନୂତନ ଶିକ୍ଷାବର୍ଷ ଆରମ୍ଭ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଆସନ୍ତା ଏପ୍ରିଲ ୨ ରେ ସାରା ରାଜ୍ୟରେ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହେବ। ନୂଆ ଶିକ୍ଷା ନୀତି ଅନୁସାରେ ୫ ଓ ୬ ବର୍ଷର ଶିଶୁଙ୍କୁ ଶିଶୁ ବାଟିକା,୬ବର୍ଷ ପୂରଣ କରିଥିବା ଶିଶୁ ଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଯିବ।ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦସ୍ତଖତ ଥାଇ ନିମନ୍ତ୍ରଣ ପତ୍ର ଅଭିଭାବକ ଙ୍କୁ ବଣ୍ଟନ କରାଯାଇଛି।ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର ଓ ଉନ୍ନତି, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ,ଛାତ୍ରଛାତ୍ରୀ,ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ କିପରି ଶୈକ୍ଷିକ ବାତାବରଣ ସହ ଜଡିତ ହୋଇ ପାରିବେ ଏହା ମୂଳ ଲକ୍ଷ୍ୟ ରହିଛି।ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲିମାମେଡା ପକ୍ଷରୁ ଘର ଘର ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି ।

Recent Comments

Leave Comments

Top