logo
add image
ବିଜ୍ଞାନଯୁଗରେ ମାଟିପାତ୍ରର ଚାହିଦାବଢୁଛି-ସରକାରୀ ସହାୟତା ପାଇଁ ସରକାରଙ୍କୁ ଅନୁରୋଧ

ବିଜ୍ଞାନଯୁଗରେ ମାଟିପାତ୍ରର ଚାହିଦାବଢୁଛି-ସରକାରୀ ସହାୟତା ପାଇଁ ସରକାରଙ୍କୁ ଅନୁରୋଧ

କାକଟପୁର/୨୪//୩/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)- ଆଜିର ବୈଜ୍ଞାନିକ ଯୁଗରେ ଲୋକେ ଘରେ ଘରେ ନାମୀ ଦାମୀ ବିଭିନ୍ନ କମ୍ପାନୀର ପାଣି ଫିଲଟର ଲଗାଉଛନ୍ତି. ହେଲେ ଯେତେ ଅତ୍ୟାଧୁନିକ ପାଣି ଫିଲଟର ଲଗାଇଲେ ବି ମାଟିପାତ୍ର ର ଘୁମ,ସୁରେଇ,ମାଠିଆର ସ୍ୱାଦ ଅଲଗା. ବିନା ଇଲେକ୍ଟ୍ରରେ ଶୁଦ୍ଧ ଓ ତଣ୍ଡା ରହିବା କାରଣରୁ ଏବେ ବି ଚାହିଦା ଲୋକଙ୍କର ମାଟି ପାତ୍ରର ଘୁମ ଓ ସୁରେଇ, ମାଠିଆ ପସନ୍ଦ.କଂସା,ପିତଳ, ତମ୍ବା ଓ ମାଟି ପାତ୍ରର ଜିନିଷକୁ ଏବେ ବି ପସନ୍ଦ କରୁଛନ୍ତି ଲୋକେ ,ବିଭିନ୍ନ ରକମର ଦ୍ରବ୍ୟରେ ତିଆରିକରି ବିଭିନ୍ନ ରଙ୍ଗୀନ ଝୋଟି, ଟେରାକୁଟାରେ ତିଆରି କରି ରାସ୍ତା ଦାଢ଼ ଓ ବିଭିନ୍ନ ବଜାର ସହିତ ହାଟ ମାନଙ୍କରେ ଏହି ଘରୋଇ ଉପକାରଣ କୁମ୍ଭାର ପରିବାର ବିକ୍ରି କରୁଛନ୍ତି ଯାହା କି ଏହି ଖରାଦିନକୁ ଆକୃଷ୍ଟ କରୁଛି ଗ୍ରାହକ ମାନଙ୍କୁ. ଲୋକମାନେ ଏହି ପlତ୍ରରେ ପାଣି ରଖିଲେ ପାଣି ଥଣ୍ଡାରହିବା ସହିତ ଲୋକଙ୍କ ତୃଷା ମେଣ୍ଟାଉଛି. ଥଣ୍ଡା ପାନୀୟ ଜଳ. ଖରାରେ ଘରକୁ ଆସୁଥିବା ଅତିଥି ମଧ୍ୟ ଏହି ଥଣ୍ଡା ପାନୀୟ ଜଳ ପିଇବା ସହିତ ତୃଷା ମେଣ୍ଟାଉଛନ୍ତି, ବିଭିନ୍ନ ପଞ୍ଚାୟତ ମାନଙ୍କରେ ଜଳଛତ୍ର ଖୋଲାଯାଇ ବାଟର ବାଟୋଇ ମାନଙ୍କୁ ବିଶୁଦ୍ଧ ପାଣିର ସୁବିଧା ସରକାର ଯୋଗାଇ ଦେଉଥିବା ବେଳେ ବିଭିନ୍ନ ସଙ୍ଘଠନ ପକ୍ଷରୁ ଏହି ମାଟିରେ ତିଆରି ରଙ୍ଗ ବେରଙ୍ଗର ମାଟିପାତ୍ର ବାଟୋଇ ମାନଙ୍କୁ ଆକୃଷ୍ଟ କରୁଛି,
ପବିତ୍ର ଝାମୁ ଯାତ୍ରାର ଦ୍ୱିତୀୟ ପାଳି ଯାତ୍ରା ଆସନ୍ତା କାଲି ପଡୁଥିବାରୁ ଲୋକଙ୍କ ଅଧିକ ସମାଗମକୁ ଦୃଷ୍ଟି ରେ ରଖି ବିଭିନ୍ନ ସଂଗଠନ ପକ୍ଷରୁ ଜଳ ଛିଞ୍ଚନ ଓ ମାଟି ପାତ୍ରରେ ଜଳ ଦେବାର ଵେବସ୍ତା କରା ଯାଇଅଛି ଏହି ମାଟିରେ ତିଆରି ପାତ୍ରର ଜିନିଷ ଏବେ ବହୁତ ଚାହିଦା ଥିବାରୁ କିଛି ଗରିବ ଶ୍ରେଣୀୟ ଲୋକମାନେ କୁମ୍ଭାର କାମ ବୁଡି ଯାଉଥିବା ବେଳେ ମାଟିପାତ୍ର ସାଙ୍ଗକୁ ପାଣି ବୋତଲ, ପଇସା ରଖିବା ଘଡି ସହିତ ବିଭିନ୍ନ ଘରୋଇ ଉପକରଣ କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ଜଣାପଡିଛି,ସରକାରଙ୍କ ତରଫରୁ ଏହି ମାଟିପାତ୍ର ତିଆରି କରିଥିବା ଲୋକଙ୍କୁ ଚି଼ହ୍ନଟ କରି ସରକାରୀ ସୁବିଧା ଯୋଗାଇଦେଲେ ଲୋକମାନେ ଆତ୍ମ ନିର୍ଭରଶିଳ ହୋଇ ପାରନ୍ତେ ଏବଂ ନିଜ ପରିବାରକୁ ହସ ଖୁସିରେ ଚଳାଇ ପାରନ୍ତେ ବୋଲି କିଛି ବୁଦ୍ଧିଜୀବୀ ମାନେ କହିଛନ୍ତି,

Recent Comments

Leave Comments

Top