ପୁରୀ/୪/୭/୨୦୨୫/(ଆଧାର ମିଡ଼ିଆ)-ବିଶ୍ବମ୍ଭର ବିଦ୍ୟାପୀଠ ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି।ଏଥିରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ବୃକ୍ଷ ହିଁ ଜୀବନ କେବଳ ଏକ ସ୍ଲୋଗାନ ନହୋଇ ବାସ୍ତବରେ ପରିଣତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।ପରିବେଶ ନଷ୍ଟ ଓ ପ୍ରଦୂଷିତ ହେଉ ଥିବାରୁ ଜୀବ ଜଗତର ବିପୁଳ କ୍ଷତିଘଟୁଛି।ବ୍ୟାପକ ବୃକ୍ଷ ରୋପଣ ଦ୍ଵାରା ଆମେ ଏହାକୁ ରୋକି ପାରିବା ବୋଲି ସେ କହିଥିଲେ।ଏଥିରେ ଶକ୍ତି କ୍ଲବ ଓ ଇକୋ କ୍ଳବ ଆବାହବ ଆଶିଷ କୁମାର ଜେନା ସୁଶାନ୍ତ କୁମାର ପ୍ରଧାନ, ପ୍ରତାପ କୁମାର ସାହୁ ,ଗୋବିନ୍ଦ ଚନ୍ଦ୍ର ସାହୁ ,ପ୍ରିୟଦର୍ଶିନୀ ସାହୁ,ସସ୍ମିତା ମିଶ୍ର ,ସବ୍ୟସାଚୀ ଦୀକ୍ଷିତ,ଶୁଭଲକ୍ଷ୍ମୀ ବରାଳ ,ସ୍ୱପ୍ନା ଭୋଇ,ସୁରେଶ ଚନ୍ଦ୍ର ତ୍ରିପାଠୀ,ସେକ ସେରାତୁଲା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣରେ ସାମିଲ ହୋଇଥିଲେ।
Recent Comments