କଣ୍ଟାମାଳ/୨୫/୦୩/୨୦୨୫/)ଆଧାର ମିଡ଼ିଆ//ପ୍ରଭଞ୍ଜନ ପୁରୋହିତ)-ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରମୁଣ୍ଡା ଗ୍ରାମ ର ହନୁମାନ ବିଗ୍ରହ ମନ୍ଦିର ବର୍ଣ୍ଣାଢ୍ୟ ପରିବେଶରେ ପୂଜାର୍ଚ୍ଚନା, ଆଳତି, ହୋମ ଯଜ୍ଞ ସହିତ ଏହା ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ପଞ୍ଚାନନ ପୁରୋହିତ ଓ ଅଜିତ ପାଢ଼ୀ ଙ୍କ ପୂଜାର୍ଚ୍ଚନାରେ ସପତ୍ନୀକ ପୂର୍ଣ୍ଣ ଚନ୍ଦ୍ର ମହାକୁଳ ଙ୍କ ଧର୍ମ ପତ୍ନୀ ଆରତୀ ମହାକୁଳ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ। ବାବା ମଠ ର ମହନ୍ତ ଜଗବନ୍ଧୁ ଦାସ,ଏଥିରେ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ଅଞ୍ଚଳର ମହିଳା ନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା। ଏହି ବର୍ଣ୍ଣାଢ୍ୟ ପ୍ରତିଷ୍ଠା ଉତ୍ସବକୁ କମିଟି ସଭାପତି ପ୍ରଶାନ୍ତ ମଳିକ ଙ୍କ ନେତୃତ୍ୱରେଉପେନ୍ଦ୍ର ମହାକୁଳପ୍ରମୁଖଙ୍କ ସହିତ ଲୁମୁରଜେନା,ଉସ୍ମିମିଲକା, ସାଲେଇପଡା, ଦମଡା, ଗୁନ୍ଦୁଲିଆ, ଗୁଚ୍ଛାପଡା ସଂକୀର୍ତ୍ତନ୍ୟମଣ୍ଡଳୀ ପୂର୍ଣ୍ଣ ସହଯୋଗ କରିଥିଲେ ଏହି ପ୍ରତିଷ୍ଠା ଉତ୍ସବରେ ସହସ୍ରାଧିକ ଭକ୍ତ ଯୋଗ ଦେଇଥିବା ବେଳେ ସମସ୍ତଙ୍କୁ ଅନ୍ନ ଭୋଗରେ ଆପ୍ୟାୟିତ କରାଯାଇଥିଲା
Recent Comments