logo
add image
 କାଳରାତ୍ରି ଭେଷରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମା ଦୁର୍ଗା.

କାଳରାତ୍ରି ଭେଷରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମା ଦୁର୍ଗା.

ବିନିକା/୪/୪/୨୦୨୫/(ଆଧାର ମେଡିଆ ) ଆଜି ବିନିକା ଦୁର୍ଗାମନ୍ଦିର କମିଟିପକ୍ଷରୁ ନବଦିନାତ୍ମକ ଦ୍ବିତୀୟ ବାସନ୍ତିକ ନବରାତ୍ର ଦୁର୍ଗାପୁଜା ସପ୍ତମ ଦିବସରେ ମାଁ ଦୁର୍ଗା କାଳରାତ୍ରି ରୁପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି, ମା ଦୁର୍ଗାଙ୍କ ପାଖରେ ଚାଲିଥିବାର  ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ପ୍ରତ୍ୟହ ଦିନ ସକାଳ ୭ ଟାରୁ ପୂଜା ଅର୍ଚ୍ଚନା ପରେ ଚଣ୍ଡିପାଠ ସହ ଘୃତଆହୁତି ଦେଇ ଜଜ୍ଞ ଚାଲିଛି, ହୋମ ଜଜ୍ଞ ପରେ ଆଳତି  କରାହେଉଛି. ଏଥିରେ ପଣ୍ଡିତ ସୁବାଷ ଚନ୍ଦ୍ର ବଡ଼ପଣ୍ଡା ମୂଖ୍ୟ ପୂଜକ -ଶ୍ରୀନାଥ ପଣ୍ଡା, କିଶୋର ଚନ୍ଦ୍ର ନାୟକ,ସଞ୍ଜିବ ପାଡ଼ୀ ପୂଜକ ସୁନୀଳ ପାତ୍ର ପତ୍ନୀ ସୁକନ୍ୟା ,ରାଜେଶ ସାହୁ ପତ୍ନୀ ପାଞ୍ଚାଳୀ ମୂ୍ଖ୍ୟ କର୍ତ୍ତା- ଘାସିରାମ ପଣ୍ଡା ପତ୍ନୀ ନୀଳିମା ପଣ୍ଡା  ପ୍ରମୁଖ କର୍ତ୍ତା ଦାଇତ୍ବ ତୋଲାଇଥିଲେ. ସନ୍ଧ୍ୟାରେ ପ୍ରବଚକ ପୂରୀର ହରିହର ଜେନା  ଦ୍ବାରା  ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା.ଏଥିପାଇଁ ଅଞ୍ଚଳର ହଜାର ହଜାର ଭକ୍ତ ମା ଦୁର୍ଗାଙ୍କୁ ଦର୍ଶନକରି ଆଶିର୍ବା ନେବାସହ ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି. କମିଟି ସଭାପତି ସନ୍ତୋଷ ପଣ୍ଡା,ସମ୍ପାଦକ ଗର୍ଦ୍ଧବ ମାହାର, ଶ୍ରୀକାନ୍ତ ସାହୁ ନେତୃତ୍ବରେ ଚାଳିଥିବା  ନବରାତ୍ର ପୂଜାରେ ,କାହ୍ନ କର୍ଣ୍ଣ, ନାମା ବରେଇ ,ଗୁପ୍ତେ , ଭଜନ,ଶୋଭନ ସମେତ  ଅଞ୍ଚଳ ଜନସାଧାରଣ ସହଯୋଗ କରୁଛନ୍ତି,

Recent Comments

Leave Comments

Top