logo
add image
ମହାସମାରହୋରେ ପାଳିତ ହେଲା ଶ୍ରୀ ରାମ ନବମୀ

ମହାସମାରହୋରେ ପାଳିତ ହେଲା ଶ୍ରୀ ରାମ ନବମୀ

ବୌଦ୍ଧ/୬/୪/୨୦୨୫/(ଆଧାର ମେଡିଆ)-ବୌଦ୍ଧ ଗଡଜାତର ଗଣପର୍ବ ରାମଲୀଳା ଉତ୍ସବ ପବିତ୍ର ରାମନବମୀ ମହା ଆଡ଼ମ୍ବରରେ ପାଳିତ ହୋଇଛି, ଆଜି ରବିବାର ଠାରୁ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣସ୍ଥ ମାରୁତୀ ମଣ୍ଡପ ଠାରେ ୧୮ଦିନ ଧରି ଶ୍ରୀ ରାମଙ୍କ ଜନ୍ମରୁ ରାବଣ ବଧ ପର୍ଯ୍ୟନ୍ତ ନାଟକ ମାଧ୍ୟମରେ ମଞ୍ଚସ୍ଥ ହେବ । ରାମ ନବମୀ ଉତ୍ସବ ଅବସରରେ ରଘୁନାଥଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ସହର ଦେଇ ପ୍ରବାହିତ ହେଉଥିବା ମହାନଦୀର ହନୁମାନ ମନ୍ଦିର ନିକଟରୁ  ପବିତ୍ର ଜଳକୁ ୧୦୮ କଳସୀରେ ଏକ ବିରାଟ ଶୋଭାଯାତ୍ରାରେ ନେଇ ମାରୁତୀ ମଣ୍ଡପଠାରେ ସ୍ଥାପନ କରାଯାଇଛି ।  ଶ୍ରଦ୍ଧାଳୁ ମାନେ ଦିନ ତମାମ  ରଘୁନାଥ ମନ୍ଦିରରେ ଭିଡ ଜମାଇ ରାମନବମୀ ପୂଜାତ୍ସବରେ ଅଂଶଗ୍ରହଣ କରିଛନ୍ତି ।
              ଭାଇଚାରାର ନିଦର୍ଶନ ଦେଖାଇ ଏହି ପବିତ୍ର ଦିନରେ ସହରରେ ସଂପୁର୍ଣ୍ଣ ମାଂସ ଓ ମାଛ ବିକ୍ରି ବନ୍ଦ ରହିଛି । ସନ୍ଧ୍ୟାରେ ଶ୍ରଦ୍ଧାଳୁ ମାନେ ନିଜ ନିଜ ଘର ଆଗରେ କଳସ ବସାଇବା ସହ ଦୀପ ଜାଳିଥିଲେ । ଯାତ୍ରାରେ ଅଂଶଗ୍ରହଣ କରିଥିବା ବ୍ରତୀମାନେ ଆଜିଠାରୁ ନିଜସ୍ୱ ଗୃହ ତ୍ୟାଗ କରିଛନ୍ତି । ଏହି ଯାତ୍ରା ସମୟରେ ସମସ୍ତ ବ୍ରତୀ ଗୋଟିଏ ଓଳି ହବିଷ୍ୟାନ୍ନ ଭକ୍ଷଣ କରିବା ସହିତ ସମସ୍ତ ସୁଖ ସ୍ୱାଛନ୍ଦ୍ୟକୁ ତ୍ୟାଗ କରି ଭୂମିରେ ଶୋଇବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତିି  ।
ପରମ୍ପରା ଅନୁଯାୟୀ ପ୍ରଥମ ଦିବସରେ ଭଗବାନ ଶ୍ରୀରାମଙ୍କ ସହିତ ତାଙ୍କର ଅନ୍ୟ ଭ୍ରାତାମାନଙ୍କ ଜନ୍ମ ବୃତାନ୍ତକୁ ଯାତ୍ରା ନାଟକ ଶୈଳୀରେ ପରିବେଷଣ କରାଯାଇଛି । ସନ୍ଧ୍ୟା ସମୟରୁ ଏହି ଯାତ୍ରା ଆରମ୍ଭ ହୋଇ ରାମାୟଣ ପାରାୟଣ,ଭଜନସନ୍ଧ୍ୟା ଓ  ନିର୍ବାକ୍ ନୃତ୍ୟ ନାଟିକା ପରେ ପ୍ରତିଦିନ ରାତିସାରା ରାମାୟଣର କଥାବସ୍ତୁକୁ ନେଇ ଯାତ୍ରା ନାଟକ ଶୈଳୀରେ ନାଟକ ମଞ୍ଚସ୍ଥ  ହେବ । ରାମଲୀଳାର ଶେଷ ଦିନ ସହରର ବିଭିନ୍ନ ପ୍ରାନ୍ତରୁ ଦଶଗୋଟି ରାବଣ ରଥ ବାହାରି ରାମ ରାବଣଙ୍କ ଶେଷ ସମର ଯୁଦ୍ଧ ହେବ। ସେହିଦିନ ହଜାର ହଜାର ଦର୍ଶଙ୍କ ସମାବେଶ ହୋଇଥାଏ ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ଲିଖିତ ନାଟକ କଥାବସ୍ତୁକୁ ବର୍ଷିୟାନ ନିର୍ଦ୍ଦେଶକ ଭବାନୀଶଙ୍କର ମହାପାତ୍ର ଓ ଯୁବ ସଙ୍ଗିତକାର ତୁଷାରକାନ୍ତ ପଟ୍ଟନାୟକ  ନିର୍ଦ୍ଦେଶନା ଦେଇଛନ୍ତି ।
ରାମଲୀଳା ନାଟ୍ୟ ସଂସଦର ସଭାପତି ଭାବରେ ମୃତ୍ୟୁଂଜୟ ମିଶ୍ର, ସଂପାଦକ ଭାବରେ ମନୋଜ କୁମାର ସାହୁଙ୍କ ତତ୍ୱାବଧା ନରେ ,ଏହି ଯାତ୍ରା ଆରମ୍ଭ ହୋଇଛି ।  ବୌଦ୍ଧର ଜିଲ୍ଲା ର ଗଣପର୍ବର ମାନ୍ୟତା ପାଇସରିଥିବ। ରାମଲୀଳା ଯାତ୍ରା କୁ  ଅଧିକ ସରସ ସୁନ୍ଦର କରାଯିବ।  ପାଇଁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ କଚେରି ପଡ଼ିଆ ରେ ମିନାବଜାର ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Recent Comments

Leave Comments

Top