ବୌଦ୍ଧ/୦୬/୦୪/୨୦୨୫/(ଆଧାର ମେଡିଆ)-ଆଜି ପବିତ୍ର ଶ୍ରୀରାମ ନବମୀ ଏବଂ ଯୋଗଋଷି ପରମ ପୂଜ୍ୟ ସ୍ବାମୀ ରାମଦେବଜୀ ମହାରାଜଙ୍କ ସନ୍ନ୍ୟାସ ଦୀକ୍ଷା ଅବସରରେ ବୌଦ୍ଧ ସ୍ବାଭିମାନ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ସମୟରେ ଶ୍ରୀଚନ୍ଦ୍ରଚୁଡ ମନ୍ଦିର ପରିସରରେ ସ୍ବତନ୍ତ୍ର ଯୋଗ ଶିବିର ହୋଇଥିଲା l ଯୋଗଦ୍ୱାରା ସମସ୍ତ ରୋଗର ନିରାକରଣ କିପରି ହୋଇପାରିବ ଆଲୋଚନା ହୋଇଥିଲା l ଯୋଗ ପ୍ରଶିକ୍ଷକ ଦେବାଶିଷ ପୁରୋହିତ ବ୍ୟାୟାମ, ଆସନ, ଓ ପ୍ରାଣାୟାମ ଅଭ୍ୟାସ କରାଇଥିଲେ l ମନ୍ଦିର ଓ ମହାନଦୀ ଆଳତୀ ଘାଟ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅପରାହ୍ନରେ ବିଶ୍ଵଶାନ୍ତି ପାଇଁ ହୋମଯଜ୍ଞ କରାଯାଇଥିଲା l ସନ୍ଧ୍ୟାରେ ମହାନଦୀ ଆଳତୀ ଘାଟରେ ରାଧା ମାଧବ ଟ୍ରଷ୍ଟ ପକ୍ଷରୁ ବ୍ରହ୍ମଚାରୀ ଆଦିତ୍ୟ ଦାସଙ୍କ ଦ୍ଵାରା ଭଜନ, କୀର୍ତ୍ତନ ସହିତ ମହା ଆଳତୀ ହୋଇଥିଲା l ଏଥିରେ ରାମ ଲକ୍ଷ୍ମଣ ବେଶରେ କୁନି କୁନି ଛୁଆ ଆଳତୀ ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତି, ଯୁବା ଭାରତ, କିଶାନ ସେବା ସମିତି, ଜିଲ୍ଲା ବ୍ରାହ୍ମଣ ସମାଜର ଭକ୍ତମାନେ ଯୋଗଦେଇ ସଫଳ କରିଥିଲେ l
Recent Comments