ପଦ୍ମପୁର/ବରଗଡ/୦୬/୦୪/୨୦୨୫/ (ଆଧାର ମେଡିଆ// ଡିଲେଶ୍ୱର ବାଗ): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ଠାରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ସୁସଜ୍ଜିତ ରଥରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ଵ ତୁଳାଇ ସ୍ଥାନୀୟ ଗୋପାଳଜୀ ମନ୍ଦିରରୁ ପୂଜାର୍ଚ୍ଚନା ସାରି ପ୍ରଭୂ ଶ୍ରୀରାମଙ୍କ ମୂର୍ତ୍ତିଆଣି ଶ୍ରୀରାମ ନଗର ସ୍ଥିତ ଶିଶୁ ମନ୍ଦିରରୁ ଶ୍ରୀରାମଙ୍କ ଭଜନ ଡିଜେବାଜା,ଘଣ୍ଟ ଶଙ୍ଖର ତାଳେ ତାଳେ ବନବାସୀ ରାମ,ଲକ୍ଷ୍ମଣ, ସୀତା ଓ ରାଜାରାମ, ସୀତା, ଲକ୍ଷ୍ମଣ ବେଶରେ ସୁଜଜ୍ଜିତ ଭିନ୍ନ ଭିନ୍ନ ରଥରେ ୯ଟି ଦଳ ଓ ହନୁମାନ ବେଶଧାରୀ ୭୦ ଜଣ ଭାଇ ସମେତ ଶତାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଭାଗ ନେଇଥିଲେ l
ଏହି ଶୋଭାଯାତ୍ରାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ , ପରିଚାଳନା କମିଟୀ ସଭାପତି ଶ୍ରୀଯୁକ୍ର ପୃଥିରାଜ ସାହୁ,ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର , ସମ୍ପାଦକ ଜନକ ଲାଲ ମେହେର, ସଂକୁଳ ପ୍ରମୁଖ ଦ୍ଵାଦଶ ପ୍ରଧାନ, ସମାଜ ସେବୀ ନିରୋଜ ଦୋରା ,ଭାସ୍କର ଦାଶ, ପଙ୍କଜିନୀ ପଧାନ, ପୂର୍ବତନ ଛାତ୍ର ସଂସଦର ସଭାପତି ଗୁଣନିଧି ପଟେଲ, ସଂପାଦକ ଅଜୟ ଅଗ୍ରୱାଲ ,ରିତେଶ ମେହେର, ପୂର୍ବତନ ଛାତ୍ର ସଂସଦ ର ଅନ୍ୟ ସଭ୍ୟ ବୃଦ, ଅଭିଭାବକ ,ଶୁଭେଚ୍ଛୁ ,ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସାମିଲ ଥିବା ବେଳେ ମେହର ପଡ଼ା, ଅହିଂସା କ୍ଲବ ଛକ, ସାହୁ ପଡ଼ା, ହନୁମାନ ପଡ଼ା, ନେହେରୁ ଗଳି, ଭେଉଁଁରିଆ ଛକ , ସୂର୍ଯ୍ୟ ନଗର , ଥାନା ପଡ଼ା ଦେଇ ଯିବା ବେଳେ ବିଭିନ୍ନ ସ୍ଥାନରେ ଜୟ ଶ୍ରୀରାମ ଧ୍ୱନୀ, ତଥା ହୁଲ ହୁଲି ଦେଇ ଝୋଟି ମୁରୁଜ, କଳସ ସ୍ଥାପନ କରି ଫୁଲ ଚନ୍ଦନ ଦେଇ ସ୍ୱାଗତ କରି ସରବତ ,ଥଣ୍ଡାପାନୀୟ, ବିସ୍କୁଟ, ମିଷ୍ଟାନ ଓ ଫଳ ବଣ୍ଟନ କରିଥିଲେ ପରିଶେଷରେ ଶିଶୁ ମନ୍ଦିରକୁ ଫେରି ଆସିଥିଲେ l ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l
Recent Comments