logo
add image
ଗୁଣୁପୁରରେ ଧୁମଧାମରେ ପାଳନହେଲା ଶ୍ରୀରାମ ନବମୀ

ଗୁଣୁପୁରରେ ଧୁମଧାମରେ ପାଳନହେଲା ଶ୍ରୀରାମ ନବମୀ

ଗୁଣୁପୁର/ରାୟଗଡା/୭/୪/୨୦୨୫/(ଆଧାର ମେଡିଆ)-ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଖୁବ ଧୁମଧାମରେ ପାଳନ କରାଯାଇଛି ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ଅବସରରେ କତୁରୁ, ବିକ୍ରମପୁର, ବେଦାନ୍ତ ଆଶ୍ରମ, ଜେଲପେଟା ଶ୍ରୀରାମ ମନ୍ଦିରରେ ଭବ୍ୟ ଆୟୋଜନ କରାଯାଇଥିଲା । ବେଦାନ୍ତ ଆଶ୍ରମରେ ନବରାତ୍ର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ନବମୀରେ ଉଦଯାପିତ ହୋଇଥିଲା । କତୁରୁ, ବିକ୍ରମପୁର, ଗୁଣୁପୁର ପ୍ରଭୃତି ସ୍ଥାନରେ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଗୁଣୁପୁରବାସୀଙ୍କ ତରଫରୁ ସନ୍ଧ୍ୟାରେ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଜାତି,ଲିଙ୍ଗ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଜୟ ଶ୍ରୀରାମ ନାରା ଦେଇଥିଲେ ।

Recent Comments

Leave Comments

Top