logo
add image
ଗଡ଼ଦେବୀ ରାମଚଣ୍ଡୀଙ୍କ ନବମ ବାର୍ଷିକଉତ୍ସବ ପାଳିତ ।

ଗଡ଼ଦେବୀ ରାମଚଣ୍ଡୀଙ୍କ ନବମ ବାର୍ଷିକଉତ୍ସବ ପାଳିତ ।

ବୋଲଗଡ଼/ଖୋର୍ଦ୍ଧା/୦୭/୦୪/୨୦୨୫/(ଆଧାର ମେଡିଆ//ପ୍ରସନ୍ନ କୁମାର ସ୍ବାଇଁ)=ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗଡ଼ର ଆରାଧ୍ୟl ଦେବୀ ମା ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ଦଶମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଯଜ୍ଞ କାର୍ଯ୍ୟକ୍ରମର ସୋମବାର  ପୂର୍ଣ୍ଣାହୁତି ହୋଇଯାଇଛି। ମା’ରାମଚଣ୍ଡୀଙ୍କର ବାର୍ଷିକୋତ୍ସବ ଅବସରରେ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏଥିନେଇ ଅଶୋକାଷ୍ଟମୀ ଦିନ ମାଙ୍କ ଗଡଭିତର ସାହି ମନ୍ଦିର ପରିସରରେ ନବପତ୍ରିକା ହୋମକାର୍ଯ୍ୟ ହୋଇଥିଲା।ଉକ୍ତଦିନ ଠାରୁ ଯଥା ରୀତିନୀତି ଅନୁସାରେ ଏଠାରେ ମା’ଙ୍କରବାର୍ଷିକୋତ୍ସବ ପାଇଁ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଚୈତ୍ର ଶୁକ୍ଳପକ୍ଷ ବାସନ୍ତିକ ଦଶମୀତିଥିରେ ଯଜ୍ଞର ପୂର୍ଣ୍ଣାହୁତି ପାଇଁ ପୂର୍ବାହ୍ନରେ ଶ୍ରଦ୍ଧାଳୁ ମାନେ କଳସ ଯାତ୍ରାରେ ନିକଟସ୍ଥ ଗଡସାଗରରୁ ପୂଜାର୍ଚ୍ଚନା ପରେ ପବିତ୍ରଜଳ ଆଣି ମନ୍ଦିର ବେଢ଼ା ମଧ୍ୟ ଯଜ୍ଞସ୍ଥଳରେ ସ୍ଥାପନ କରିଥିଲେ।ମା ରାମଚଣ୍ଡୀ ସ୍ଥାନୀୟ ଅଂଚଳର ଗ୍ରାମଦେବତୀ ରୂପେ ପ୍ରସିଦ୍ଧ ଥିବାରୁ ମାନସିକ ଧାରଣ କରିଥିବା ପ୍ରାୟ ୩୦୦ରୁ ଉର୍ଦ୍ଧ ମହିଳା କଳସ ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ପରେ ସକାଳ ୧୦ଟାରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞ ଆରମ୍ଭ ହୋଇଥିଲା ବେଳେ ରଘୁନାଥ ଦଳବେହେରା ଓ ଧର୍ମପତ୍ନୀ କବିତା ଦଳବେହେରା କର୍ତ୍ତାକର୍ତ୍ରୀ ଭାବେ ଘୃତଦାନ କାର୍ଯ୍ୟ ସମ୍ପାଦିତ କରିଥିଲେ ଅପରାହ୍ନରେ ଯଜ୍ଞପୂର୍ଣ୍ଣାହୂତି ପ୍ରଦାନ ଏବଂ ସଂନ୍ଧ୍ୟାରେ କଳସ ବିସର୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ।ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସାଂସ୍କୃତିକକାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ହୋଇଥିଲା।

 

Recent Comments

Leave Comments

Top