ବାଲିଗୁଡା/୧୧/୦୪/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ଚାଲିଛି ତେର ଦିନିଆ ଦଣ୍ଡଯାତ୍ରା l ବାଲିଗୁଡାର ମାଆ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ଚଳିତବର୍ଷ ବାଲିଗୁଡାର ବିଭିନ୍ନ ୱାର୍ଡର କାମନାକାରୀଙ୍କ ଘରକୁ ମାଆ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି l ବାଲିଗୁଡା ଅଞ୍ଚଳର ଏହି ସର୍ବ ପୁରାତନ ଦଣ୍ଡନାଚ ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଦର୍ଶକଙ୍କ ଭିଡ଼ଜମୁଛି l ଦିନ ଦ୍ବି ପ୍ରହରରେ ଧୁଳିଦଣ୍ଡ ସମୟରେ ଦଣ୍ଡଚରିତ ଅନୁସାରେ ଯାତ୍ରା ସମାପନ ହେଉଛି l ଏହି ସମୟରେ ଜଙ୍ଗଲ ସୁରକ୍ଷା ଉପରେ ଅଭିନୟ ନାଟକ ଗୀତ ମାଧ୍ୟମରେ ଜଙ୍ଗଲକୁ ନିଆଁଦାଉରୁ ରକ୍ଷାକରିବା,ପୋଡୁ ଚାଷ, ବେଆଇନ ବନ୍ୟଜନ୍ତୁ ଶିକାରରୁ ନିବୃତ ରହି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ଜନ ସଚେତନତା ସୃଷ୍ଟି କରାଯାଉଛି l ଅନୁଷ୍ଠାନର ବରିଷ୍ଠ କଳାକାର ତଥା ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ରେଞ୍ଜର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ,ଟିକି ଦଣ୍ଡିଆ, ସନ୍ତୋଷ ପୂଜାରୀ, ଦୁର୍ଗା ପାତ୍ର ବେଲାଳସେନ ବନ କର୍ମଚାରୀ ଭୂମିକା ରେ ନିଖୁଣ ଅଭିନୟ କରି ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରୁଛନ୍ତି l ଦଣ୍ଡଯାତ୍ରା ର ଏହି କାର୍ଯ୍ୟକ୍ରମ କୁ ବାଲିଗୁଡା ଡ଼ିଏଫଓ ବିଶ୍ୱରାଜ ପଣ୍ଡା ସୋସିଆଲ ମିଡିଆରେ ଦେଖି ବେଶ ଉଚ୍ଚପ୍ରଶଂସା କରିଛନ୍ତି l
Recent Comments