ବଲାଣି/୧୨/୪/୨୦୨୫/(ଆଧାର ମିଡ଼ିଆ)- କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣିରେ ଶନିବାର ଦିନ ଅତି ଆଡମ୍ବର ସହିତ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଶାନ୍ତି ନଗର ସ୍ଥିତ ହନୁମାନ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ମାନେ ସାମୁହିକ ଭାବରେ ଅଖଣ୍ଡ ହନୁମାନ ଚାଳିଶା ପାଠ ପଢ଼ିଥିଲେ l ଶ୍ରଦ୍ଧାଳୁମାନଙ୍କ ନିଜ ସାମର୍ଥ ଅନୁସାରେ ୧୦ରୁ ନେଇ ୧୦୦ ଥର ପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ ପଢ଼ିଥିଲେ l ଅପରାହ୍ନ ତିନି ଘଟିକା ସମୟରେ ବଲାଣିର ପେଟ୍ରୋଲ ପମ୍ପ ନିକଟ ମୁଖ୍ୟ ରାସ୍ତାରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା l ଏହି ଶୋଭାଯାତ୍ରା ଟାଉନ ସିପର ବିଭିନ୍ନ ଛକ ଅତିକ୍ରମ କରି ହନୁମାନ ମନ୍ଦିର ରେ ଶେଷ ହୋଇଥିଲା l ଉକ୍ତ ଶୋଭାଯାତ୍ରାରେ ଶହ ଶହ ମହିଳା ଓ ପୁରୁଷ ମାନେ ହାତରେ ଖଣ୍ଡାଧରି ଡି ଜେ ସାଉଣ୍ଡରେ ବାଜୁଥିବା ରାମ ଭକ୍ତି ସଙ୍ଗୀତରେ ଝୁମି ନାଚିକି ଚାଲି ଯାଉଥିବାର ଦେଖିବାକୁ ମିଳିଛି l ଏହି ଅବସରରେ ହନୁମାନ ମନ୍ଦିରରେ ଭାରି ସଂଖ୍ୟାରେ ଭକ୍ତ ମାନଙ୍କୁ ପ୍ରସାଦ ରୁପେ ଅର୍ଣ୍ଣ ବଣ୍ଟନ କରାଯାଇଥିଲା l
Recent Comments