ବାଲିଗୁଡା/୧୪/୦୪/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ପାଟଖଣ୍ଡା ମନ୍ଦିର ପରିସରରେ ଥିବା, ରାମେଶ୍ୱର ମନ୍ଦିର ନିକଟରେ, ଏବଂ ସବଜେଲ ନିକଟରେ ଥିବା ହନୁମାନ ମନ୍ଦିରରେ ସକାଳୁ ପୂଜକ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ହନୁମାନ ଚାଳିସା ବହି ବଣ୍ଟନ କରାଯାଇଥିଲା। ବିଭିନ୍ନ ମନ୍ଦିର ପରିଚାଳନା କମିଟି ତରଫରୁ ପଣା ଭୋଗଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନରେ ଅର୍ଣ୍ଣ ବଣ୍ଟନ କରିଥିଲେ ।
ସେହିପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, ଦୁର୍ଗା ମନ୍ଦିର ଓ ସମସ୍ତ ଦେବାଦେବୀ ପୀଠରେ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି। ଭକ୍ତ ମାନେ ସମସ୍ତ ଦେବା ଦେବୀ ଦର୍ଶନ କରିଥିଲେ । ଏହି ଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷକୁ ସ୍ୱାଗତ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକାକୁ ପୂଜାକରି ପଠନ କରିଥିଲେ। ସେହି ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି। ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପଣା ଭୋଗ କରି ବଣ୍ଟନ କରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ସେହିପରି ଶ୍ରୀ ଶ୍ରୀ ଶ୍ରୀ ହରି ଓ ମା 'ତାରିଣୀ ପୀଠ କମିଟି ତରଫରୁ ମନ୍ଦିର ପରିସରରେ ନାଟକ "ଲକ୍ଷ୍ମୀ ଅଲକ୍ଷ୍ମୀ କଳି" ବା "ଧର୍ମର ହେବଜୟ "ମଞ୍ଚସ୍ଥ ହୋଇଥିଲା l
Recent Comments