logo
add image
ଆଜିସରିଲା ମା ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରା,ହଜାର ହଜାର ଭକ୍ତ ଘଣ୍ଟ ପାଟୁଆଙ୍କ ନୃତ୍ୟରେ ବିମୋହିତ

ଆଜିସରିଲା ମା ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରା,ହଜାର ହଜାର ଭକ୍ତ ଘଣ୍ଟ ପାଟୁଆଙ୍କ ନୃତ୍ୟରେ ବିମୋହିତ

କାକଟପୁର/୧୫ /୪/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)- ଆଜିଥିଲା ବୈଶାଖ ମାସର ପ୍ରଥମ ମଙ୍ଗଳବାର ପବିତ୍ର ଝାମୁ ଯାତ୍ରା ,ଏହି ଝାମୁଯାତ୍ରା ଦେଖିବାକୁ ଆଖ ପାଖ ଅଞ୍ଚଳରେ ଲୋକେ ଚାହିଁ ବସିଥାନ୍ତି କାରଣ ଅନ୍ୟ ସବୁ ଆଡେ ପଣାସଂକ୍ରାନ୍ତି ଅର୍ଥାତ ଚୈତ୍ର ମାସର ଶେଷ ମଙ୍ଗଳ ବାର. ସବୁଆଡେ ଝାମୁ ସରିଯାଇଥିବା ବେଳେ ଆଜି ମା ମଙ୍ଗଳାଙ୍କ ମନ୍ଦିର ହେଉଛି ଝାମୁ ଯାତ୍ରା. ପୂର୍ବ ଦ୍ୱାରରେ ଥିବା ଏକ ନିଆଁ ଗର୍ତ୍ତରେ ଝାମୁ ଚଲାଯାଏ,ଶାରଳାଙ୍କ ପାଖରୁ ଆସିଥିବା ଘଣ୍ଟ ପାଟୁଆ ସେବାୟତ ଓ ଭୋଇ ସେବାୟତ ମାନେ ଆଜିର ଦିନରେ ମା ମଙ୍ଗଳାଙ୍କ ପାଖରେ ଝାମୁ ଚାଲିଥାନ୍ତି,
ସଧବା ସ୍ତ୍ରୀ ଲୋକମାନେ ତାଙ୍କର ପାଞ୍ଚ ପାଳିରେ ପନ୍ଥେଇ ପୂଜାକୁ ଶେଷ କରିଥାନ୍ତି, ଭକ୍ତ ମାନଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷ୍ୟରୁ ଜଳଛତ୍ର ଓ ମାଗଣାରେ ଝେଚୁଡ଼ି ଭୋଗ ବଣ୍ଟା ଯାଇଥିଲା ,ନୂଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁ ଜାଗାରେ ଅଭଡ଼ା ପାଣି, ଦହୀପାଣି, ଓ ଲେମୁ ମିଶ୍ରି ପାଣି ଦେଉଥିବା ବେଳେ ପ୍ରାଚୀ ୟୁଥ ଅର୍ଗlନାଇଜେସନ,ଡ୍ରାଇଭର ସଙ୍ଘ ,କଂଗ୍ରେସ ଦଳ,ମାଗଣାରେ ଖାଦ୍ୟ ବଣ୍ଟନ କରିଥିଲେ, ମନ୍ଦିର ବେଢା ଭିତରେ ପ୍ରଶାସନ ତରଫରୁ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ଅଭଡ଼ା ପାଣି ଓ ଦହୀ ପାଣିର ଵେବସ୍ଥା କରାଯାଇଥଲା,
ସକାଳୁ ମନ୍ଦିର ଟ୍ରଷ୍ଟି ତଥା କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା, କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୂ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା ମନ୍ଦିର ଭିତରେ ଥିବା ମାଙ୍କ ନୀତିକାନ୍ତିକୁ ତଦାରଖ କରିଥିଲେ, ଦିବା ଦୁଇ ଘଟିକାରେ ଶାରଳାଙ୍କ ଠାରୁ ଆସିଥିବା ପାଟୁଆ ସେବାୟତ ମାନେ ପ୍ରାଚୀ ନଦୀରୁ ଜଳ ତୋଳିବା ପରେ ମାଙ୍କ ଆଜ୍ଞାମାଳ ନେଇ ନିଆଁ ଭରା ଗର୍ତ୍ତ ଭିତରେ ମାଙ୍କୁ ସ୍ମରଣକରି ପଶିଥିଲେ ,ପରେ ମାଙ୍କ ବେଢାରେ କାଠନିର୍ମିତ ଗୋଡ଼ ସାହାର୍ଯ୍ୟରେ ବେଢାରେ ଘଣ୍ଟ ପାଟୁଆ ନୃତ୍ୟ କରିଥିଲେ ଏହାକୁ ଦୂର ଦୁରାନ୍ତରୁ ଆସିଥିବା ମାତୃ ଭକ୍ତମାନେ ଦେଖି ବିମୋହିତ ହୋଇଥିଲେ,
ଦିବା ଚାରି ଘଟିକାରେ ଭଣ୍ଡ ଧୂପ ପରେ ପହୁଡ଼ ପଡିଥିଲା, ସନ୍ଧ୍ୟା 6 ଘଟିକାରେ ସନ୍ଧ୍ୟା ଆଳତୀ ପରେ ପୁନର୍ବାର ଠାକୁରାଣୀଙ୍କୁ ସ୍ନାନ କାରାଜାଇ ନୀତିକାନ୍ତି ଆରମ୍ଭ ହୋଇ ରାତ୍ର ୧ଘଟିକାରେ ପ୍ରସିଦ୍ଧ କାଳିକା ନୃତ୍ୟ ମନ୍ଦିର ଖମାରେଇ ସେବକ ଦ୍ୱାରା କରିବା ପାଇଁ ପ୍ରଶାସନ ଲକ୍ଷ୍ୟରଖିଛି ,ଆଜିର ମନ୍ଦିର ପାଳିଆ ସେବାୟତ ସନ୍ତୋଷ କୁମାର ଦୀକ୍ଷିତ ହୋଇଥିବା ବେଳେ ପୂଜାପଣ୍ଡା ଭାବେ ଶରତ କୁମାର ଦୀକ୍ଷିତ କାର୍ଯ୍ୟ ତୁଲାଇଥିଲେ, ଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ଓ ପ୍ରସିଦ୍ଧ ଝାମୁଯାତ୍ରା ସଠିକ ସମୟରେ ଓ ସୁଚାରୁ ରୂପରେ ସାରିଥିବାରୁ ସମସ୍ତ ସେବାୟତ ମାନଙ୍କୁ ମନ୍ଦିର ପ୍ରଶାସନ ପ୍ରଶଂସା କରିଛି,

Recent Comments

Leave Comments

Top