logo
add image
ଘଣ୍ଟିଆନାଳୀ ମେରୁପୂଜାରେ ପାଳଲହଡା ବିଧାୟକଙ୍କ ଯୋଗଦାନ

ଘଣ୍ଟିଆନାଳୀ ମେରୁପୂଜାରେ ପାଳଲହଡା ବିଧାୟକଙ୍କ ଯୋଗଦାନ

କଣିହାଁ/୧୫/୪/୨୦୨୫/(ଆଧାର ମିଡ଼ିଆ )-ଅନୁଗୋଳ ଜିଲା କଣିହାଁ ବ୍ଲକ ଘଣ୍ଟିଆ ନାଳୀର କାମନା ଘରଠାରେ ମଙ୍ଗଳବାର ଦିନ ମେରୁପୂଜା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେବା ସହିତ ବିଜେପିର ଜିଲା କୃଷକ ମୂର୍ଚ୍ଚା ସଭାପତି ସୁମନ୍ତ କୁମାର ପ୍ରଧାନ, ଏବଂ ସ୍ୱତନ୍ତ୍ର ଅଥିତି ଭାବେ ଡେରଙ୍ଗ ଜେଆଇପିଏଲର ଭାଇସି ପ୍ରେସିଡେଣ୍ଟ ସୁରେଶ କୁମାର ବଂଶଲ ଉପସ୍ଥିତ ଥିଲେ l  ଘଣ୍ଟିଆ ନାଳୀ କାମନା ଘର ଠାରେ ପୂଜକ ବଇଁଶୀ ଧର ଦେହୁରୀ ପୂର୍ବାହ୍ନ ୧୧ଟାରେ,ମାଆ ଦକ୍ଷିଣ କାଳୀଙ୍କ ମେରୁପୂଜା ଆରମ୍ଭ କରିଥିଲେ, ଶିବ ଠାକୁରଙ୍କ ପୂଜକ ହଟକିଶ୍ୱର ଦାଶ ପୂଜାର୍ଚନା କରି ସହିତ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା,
ଏପ୍ରିଲ ୧ ତାରିଖ ଠାରୁ ଦୀର୍ଘ ୧୪ ଦିନ ଧରି ମାନସିକ ଧାରିମାନେ ଗ୍ରାମ ମାଙ୍କରେ ବୁଲି ମାଆ ଦକ୍ଷିଣ କାଳିଙ୍କ ଦଣ୍ଡଯାତ୍ରା କରିଥିଲେ,ପଣା ସଂକ୍ରାନ୍ତ ପରଦିନ ମାଆଙ୍କ ମେରୁପୂଜା ହୋଇଥିଲା, ଏଥିରେ ବିଧାୟକ ଶ୍ରୀ ମହାନ୍ତି କର୍ମୀ ମାନଙ୍କ ସହିତ ମିସି ମେରୁ ପୂଜାରେ ମା ଦକ୍ଷିଣ କାଳିଙ୍କୁ ପୁଷ୍ପାଞ୍ଜଳି ଦେବା ସହିତ ମାଙ୍କ ଆଶିଷ ଭିକ୍ଷା କରିଥିଲେ,କମିଟର ସଦସ୍ୟ ମାନେ ସେଠାରେ ଥିବା ଅତିଥି ପ୍ରୋକଷ୍ଟରେ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ବିରୁ ସମିତି ସଭ୍ୟ ଶ୍ୟାମ ସୁନ୍ଦର ସାହୁ, ଡେରଙ୍ଗ ଜି ପି, ବିଜେପି ସଭାପତି ସୁମନ୍ତ ମହାନ୍ତି,ଟିକନ ମହାନ୍ତି, ପଳଉ ମହାନ୍ତି,ଭଜମୋନ ସାହୁ ଅନିଲ ସାହୁ, ଦିଲୀପ ସାହୁ,ସୁଦର୍ଶନ ବିଶ୍ୱାଳ ଝୁନା ସାହୁଙ୍କୁ ଔପଢ଼କନ ଦେଇ ସ୍ୱାଗତ କରିଥିଲେ l
ମେରୁରେ ଉପସ୍ଥିତଥିବା ମାନସିକ ଧାରି ମାନଙ୍କୁ ବିଧାୟକ ଦହିପାଣି,ମିଠା ସର୍ବତ ବିତରଣ କରିଥିଲେ l ଘଣ୍ଟିଆ ନାଳୀ ମେରୁ ଯାତ୍ରାରେ ୩ ଟି ପୋଡ଼ସୀ ପଞ୍ଚାୟତରୁ ପ୍ରବଳ ଜନ ସମାଗମ ହୋଇଥିବା ଜଣାପଡିଛି ,ଏଥିରେ ଦିଲୀପ ପ୍ରଧାନ,ବିଭୁ ଦେହୁରୀ, ଘନଶ୍ୟାମ ପ୍ରଧାନ କାଳିଆ ପ୍ରଧାନ,ଦିପୁ ସାହୁ, ସରତ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ହୂରଦାନନ୍ଦ ପ୍ରଧାନ, କନେହ୍ନଇ ପ୍ରଧାନ, ନିଲମ ସାହୁ, ପ୍ରକାଶ ସାହୁ, ହୂରଦାନନ୍ଦ ସାହୁ, ବାସୁଦେବ ପ୍ରଧାନ, ସୁକାନ୍ତ ପ୍ରଧାନ, ଦୁଃଖ ବନ୍ଧୁ ପ୍ରଧାନ, ଖିଜୁ ସାହୁ,ଦୁଃଖ ବନ୍ଧୁ ସାହୁ,ତଥା ଅନ୍ୟ ସଦସ୍ୟ ମାନେ ମେରୁ ଯାତ୍ରାରେ ଦହି ପାଣି, ଲେମ୍ବୁ ପାଣି ସର୍ବତ ଏବଂ ଜଳଛତ୍ର ସମେତ ଅର୍ଣ୍ଣ ଭୋଗର ବ୍ୟବସ୍ତା କରିଥିଲେ,ଘଣ୍ଟିଆ ନାଳୀ ଗ୍ରାମର ସଭାପତି ଟଙ୍କଧର ପ୍ରଧାନ, ସମ୍ପାଦକ ହୂରଦ୍ୱୟ ପ୍ରଧାନ ଏବଂ ଗ୍ରାମକମିଟି ସହିତ ଗ୍ରାମର ଯୁବମାନେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ l

Recent Comments

Leave Comments

Top