ବଡ଼ବିଲ,୨୧/୦୪(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ ସିହ୍ନା) ଆଗକୁ ଆସୁଛି ମା ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ସେଥିପାଇଁ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଧୀନସ୍ଥ ମା ତାରିଣୀ ମନ୍ଦିର ର କମିଟି ଦ୍ବାରା ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ବି ଖୁବ୍ ଧୁମ୍ ଧାମର ସହିତ ଏହି ବାର୍ଷିକ ଉତ୍ସବ ପାଳନ କରିବାକୁ ନିଷ୍ପତି ନିଆଯାଇଛି। ଏହି ଉତ୍ସବକୁ କୁ ଦୁଇଦିନ ଧରି ଯଥା ୨୯/୦୪/୨୦୨୫ ଏବଂ ୩୦/୦୪/୨୦୨୫ ରିଖ ପାଳନ କରାଯିବ।ହିନ୍ଦୁ ଧର୍ମର ରୀତି ନୀତି ଅନୁଯାୟୀ କଳସ ଯାତ୍ରା,ହୋମ ଯଜ୍ଞ,ପୂଜାର୍ଚ୍ଚନା,ଅଷ୍ଟ ପ୍ରହରୀ ସଂକୀର୍ତ୍ତନ ଏବଂ ନଗର ପରିକ୍ରମା କରାଯିବ।ପ୍ରତ୍ୟେକ ବର୍ଷ ଭଳି ଭକ୍ତ ମାନଙ୍କ ନିମନ୍ତେ ଅର୍ଣ୍ଣ ଭୋଜନ ର ବ୍ୟବସ୍ଥା ମଧ୍ୟ କରାଯିବ। ତେଣୁ ମା ତାରିଣୀ ମନ୍ଦିର ର କମିଟି ସଦସ୍ୟ ମାନେ ଏବେ ରୁ ଏହି ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ଲାଗିଛନ୍ତି।
Recent Comments