logo
add image
ଆଜି୬ ତାରିଖ ଠାରୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଆରମ୍ଭ:

ଆଜି୬ ତାରିଖ ଠାରୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଆରମ୍ଭ:

ବାଲିଗୁଡା/୦୫/୦୫/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାପାଇଁ ଗାନ୍ଧୀଛକ ସ୍ଥିତ ମା 'ବରାଳଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତି କାର୍ଯ୍ୟ ପରିସମାପ୍ତ ଘଟିଛି। ମା'ଙ୍କ ଆଗମନ ଅପେକ୍ଷାରେ ରହିଛନ୍ତି ଶ୍ରଦ୍ଧାଳୁ। ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖରେ ଶେଷ ହେବ ଲ
ଏକମାସ ବ୍ୟାପୀ ମା' ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନଦେବେ। ନିଷ୍ପତ୍ତି ଅନୁସାରେ, ମଇ ୬ ତାରିଖ ରାତ୍ରରେ ମା'ଙ୍କୁ ଆଣିବା ପାଇଁ ଘଟଧାରୀ ମାନେ ଘରୁବାହାରି ସ୍ଥାୟୀ ମନ୍ଦିରକୁ ଯିବେ। ଏହାପରେ ବିଳମ୍ବିତ ରାତ୍ର ମଧ୍ୟରେ ମା' ଅସ୍ଥାୟୀ ମନ୍ଦିରକୁ ପ୍ରବେଶ କରିବେ l ଜୁନ ୫ ତାରିଖ ବିଳମ୍ବିତ ରାତିରେ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ l ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବ ମୁଖର ହୋଇଉଠିଛି। ମା' କନକଦୁର୍ଗା ନୁଆସାହି, ମା' ଡେଙ୍ଗସିଲ, ମା' ବରାଳଦେବୀ ଓ ମା' ମହାମାୟୀଙ୍କ ଠାରୁ ମା'ଙ୍କ ଆଜ୍ଞା ମାଳ ମିଳିବା ପରେ ବାଜା ରୋଷଣୀରେ ସମଗ୍ର ସହର ପରିକ୍ରମା କରି ଅସ୍ଥାୟୀ ମଣ୍ଡପ କୁ ଆସିବେ l ଏଥି ସହ ଠାକୁରାଣୀଙ୍କ ନଗର ଭ୍ରମଣ ଖସଡା ମଧ୍ଯ ପ୍ରସ୍ତୁତ ହୋଇସାରିଛି ।
ବିଭିନ୍ନ ସାହିରେ ଆକର୍ଷଣୀୟ ମେଢପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜାମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଠାକୁରାଣୀ ଯାତ୍ରା କାଳରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା'ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି।ଏଥିରେ ମା ' ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ,କୋଷାଧକ୍ଷ ଅଶୋକ କୁମାର ସାହୁ ଏବଂ ଏହି ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

Recent Comments

Leave Comments

Top