logo
add image
ଆଜି ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମମହୋତ୍ସବ ବା ବୈଶାଖମେଳା ଆରମ୍ଭ।

ଆଜି ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମମହୋତ୍ସବ ବା ବୈଶାଖମେଳା ଆରମ୍ଭ।

ପାଇକମାଳ/ବରଗଡ/୬/୫/୨୦୨୫/:(ଆଧାର ମିଡ଼ିଆ)-ପାଇକମାଳ ବ୍ଳକ ନୃସିଂହନାଥରେ ବୁଧବାର ଆରମ୍ଭ ହେବ ପ୍ରସିଦ୍ଧ ବୈଶାଖ ମେଳା।ଏନେଇ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି।ବୁଧବାର ସନ୍ଧ୍ୟା ୫ଟାରେ ବିଶ୍ଵଶାନ୍ତି ମହାଯଜ୍ଞ କଳସ ଅଧିବାସ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ଦୀର୍ଘ ୬ ଦିନ ଚାଲିବ।ପଡୋଶୀ ଜିଲ୍ଲା ତଥା ରାଜ୍ୟ ବାହାରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୁଏ । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ସହ ଦୋକାନ ବଜାର ଥିବା ଦୃଷ୍ଟିରୁ ପାନୀୟ ଜନ ବ୍ୟବସ୍ଥା ଓ ସ୍ଵଚ୍ଛତା ପାଇଁ ପାନୀୟ ଜଳ ଯୋଗାଣ ବିଭାଗ,ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ଚିକିତ୍ସା ଓ ଆୟୁର୍ବେଦ ଚିକିତ୍ସା ଡାକ୍ତର ଦଳ,ବିଦ୍ୟୁତ ସେବା ପାଇଁ ବିଦ୍ୟୁତ୍ କର୍ମଚାରୀ ଦାୟିତ୍ଵ ନିର୍ବାହ କରୁଥିବା ବେଳେ  ବିଭିନ୍ନ ବିଭାଗରେ ବୈଶାଖ ମେଳା ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟ ଦାୟିତ୍ୱ ନିର୍ବାହ କରିବା ଦାୟୀତ୍ବ ନେଇଥିବା ସୂଚନାରୁ ଜଣାପଡିଛି।ଶାନ୍ତି ଶୃଙ୍ଖଳା ,ଟ୍ରାଫିକ ବ୍ୟବସ୍ଥା ତଥା ପୋଲିସ ସହାୟତା ପାଇଁ ଜଣେ ଏସ.ଡି.ପି.ଓ. ଡି.ଏସ.ପି .୩ଜଣ ,ଇନ୍ସପେକ୍ଟର ୫ଜଣ, ସବ୍ ଇନ୍ସପେକ୍ଟର ଓ ଏ ଏସ ଆଇ ମିଶି ୪୦ ଜଣ,୧୦ ପ୍ଲାଟୁନ ଫୋର୍ସ ଓ ପୋଲିସ,୬୦ ଜଣ ହୋମ ଗାଡ଼ି ନିଯୁକ୍ତି ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

Recent Comments

Leave Comments

Top