logo
add image
ନୃସିଂହନାଥ ପିଠ ବୈଶାଖ ମେଳାରେ ରାଜ୍ୟସ୍ତରୀୟ ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା

ନୃସିଂହନାଥ ପିଠ ବୈଶାଖ ମେଳାରେ ରାଜ୍ୟସ୍ତରୀୟ ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା

ପାଇକମାଳ/ବରଗଡ/୦୯/୦୫/୨୦୨୫/(ଆଧାର ମିଡ଼ିଆ)-ପଶ୍ଚିମ ଓଡିଶାର ପ୍ରଶିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀ ମାର୍ଜର କେଶରୀ ନୃସିଂହନାଥଙ୍କର ମେଳା ପାଳନଅବସରରେ ରାଜ୍ୟ ସ୍ତରୀୟ ରଙ୍ଗୋଲି ଏବଂ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବୋହୁ ସଂଖ୍ୟାରେ ବିଭିର୍ଣ୍ଣ ଜିଲ୍ଲାରୁ ଚିତ୍ରଶିଳ୍ପୀ ଏବଂ ରଙ୍ଗୋଲି କଳାକାର ଆସି ପ୍ରତିଯୋଗି ତାରେ ଅଂଶଗ୍ରହଣ କରିବା ସହ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ନୂଆପଡାରୁ ଆସିଥିବା ଜଣେ କଳାକାର ଦିଗବିଜୟ ସିଂ ନିଜର ରଙ୍ଗୋଲି ମାଧ୍ୟମରେ ପ୍ରଭୁ ନୃସିଂହନାଥଙ୍କର ଆଭିର୍ଭାବର କଥା ପ୍ରଦର୍ଶିତ କରିଥିଲେ. ଯାହା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟି ପ୍ରଥମସ୍ଥାନ ଅର୍ଜନ କରିଥିବା ବେଳେ ବରଗଡ଼ରୁ ଆସିଥିବା ସୁପ୍ରିୟା ପଲ୍ ଏଵଂ ଟିମ୍ ଦ୍ଵିତୀୟ ଓ, ବଲାଙ୍ଗୀର କେସିଙ୍ଗାର ସରୋଜ ବିଶି ଟିମ୍ ତୃତୀୟସ୍ଥାନ ଅର୍ଜନକରିଥିଲେ, ସେହିପାରି ହିମଦ୍ରି ନାୟକ, କ୍ରିଶ୍ନମୟୀ ପୁରୋହିତ, ଇଶା ବାଗ ଟିମ୍, ଆଦ୍ୟାସା ଦିୱାନ୍ ଏବଂ ଟିମ୍, ମିତା ରାଣୀ ସହୁ ଏବଂ ଟିମ୍, ସ୍ନେହା ଦ୍ୱାରି ଏବଂ ଟିମ୍, ଶାଶ୍ଵତୀ ପଣ୍ଡା ଏବଂତାଙ୍କର  ଟିମ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ | ସେହିପରି ଚିତ୍ରକଳା ପ୍ରତିଯୋଗିତାରେ ୧୫ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ |
ମୁଖ୍ୟଅତିଥି ମନ୍ଦିର ଟ୍ରଷ୍ଟ ସଭାପତି ଦେବାଶିଷ ସିହ୍ନା, ସମ୍ମାନିତ ଅତିଥି କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୋଷତ୍ତମ୍ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ସାଂସ୍କୃତିକ ଅଧିକାରୀ ତାହିର ହୁସେନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋସଂପର୍କ ଅଧିକାରୀ ମହେନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ଦିଗ୍ରିଧର ସହୁ, ବଡ଼ ଶତପଥି, ସୁରଥ ସାହୁ, ଧିରେନ୍ ମହାନ୍ତି, ସୋମେଶ ଚନ୍ଦ୍ର ମହାନ୍ତି, ମାନସ ନାଏକ, ଗୋପବନ୍ଧୁ ସିକା ପ୍ରମୁଖଙ୍କ ସହ ମନ୍ଦିର ଟ୍ରଷ୍ଟ କର୍ମଚାରି କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ |

Recent Comments

Leave Comments

Top