ପିପିଲି/୨୮/୬/୨୦୨୫/( ଆଧାର ମିଡ଼ିଆ )ପିପିଲି ପୌରାଂଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ରଥଯାତ୍ରା ସମାରୋହରେ ମହା ନଆଡମ୍ବରରେ ସଂପନ୍ନ ହୋଇଛି । ଏଥିପାଇଁ ମନ୍ଦିରରେ ଶୁକ୍ରବାର ସକାଳେ ପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମଙ୍ଗଳା ଆଳତୀ, ଖେଚୋଡି ଭୋଗ ଓ ବିଭିନ୍ନ ରିିତୀନିତୀ ସଂପନ୍ନ ହେବାପରେ ଚତୁ ର୍ଦ୍ଧାମୂର୍ତିଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ଚନ୍ଦନ ମହାପାତ୍ର ଠାକୁରଙ୍କ ବିଭିନ୍ନ ସେବାନିତୀ କରିଥିବା ବେଳେ ପୂର୍ବତନ ପୌରାଧ୍ୟକ୍ଷ ଗୋକୁଳାନନ୍ଦ ମହାନ୍ତି ରଥ ଉପରେ ଛେରା ପହଁରା କରିଥିଲେ ।
ମଧ୍ୟାହ୍ନ ୨ଟା ସମୟରେ ରଥଟଣା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଭକ୍ତ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ଟାଣି ମଢିଆଳି ସାହିସ୍ଥିତ ମା ପୋଢେଇଶୁଣି ଠାକୁରାଣୀଙ୍କ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ଯିବାବାଟ ଥାନାଛକ ମାଉସି ମା' ମନ୍ଦିରଠାରେ ମହାପ୍ରଭୂ ଅଟକି ମନ୍ଦିରର ପୋଡପିଠା ,ରସଗୋଲା ଭୋଗ ଖାଇଥିଲେ । ଘଂଟ ଘଂଟା ,ମାର୍ଦଳ,ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିବା ବେଳେ ଚାନ୍ଦୁଆ ନଗରୀ ପିପିଲିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଅପରାହ୍ନ ୫ଟାରେ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଂଚିବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ମା ପୋଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ସଂଲଗ୍ନ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା ।
ବିଭିନ୍ନ ସଂଗଠନ ଓ ଘରୋଇ ସଂସ୍ଥା ପକ୍ଷରୁ ପିପିଲି ବଜାର ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ ମାନଙ୍କୁ ଜଳପାନ,ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଏହି ରଥଯାତ୍ରାରେ ପିପିଲି ପୂର୍ବତନ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ଏସଡିପିଓ ଦେବାଶିଷ ମିଶ୍ର, ପିପିଲି ତହସିଲଦାର ହୃଷୀକେଶ ତ୍ରିପାଠୀ ସମୁହ ରଥ ଟାଣିଥିଲେ । ପିପିଲି ରଥଯାତ୍ରା ପରିଚାଳନା କମିଟିର ସଭାପତି ଇଂ ରମେଶ ଚନ୍ଦ୍ର ଶତପଥି, ସଂପାଦକ ପ୍ରଭାତ କୁମାର ମହାପାତ୍ର, ସଚ୍ଚିଦା ଉପଦେଷ୍ଠା ନୃସିଂହ ମହାପାତ୍ର ,ରାମଚନ୍ଦ୍ର ଦାଶ, ରଘୁନାଥ ଦାସ, ରଘୁନାଥ ଜେନା ପ୍ରମୁଖ ଏହି ରଥଯାତ୍ରାକୁ ପରିଚାଳନା କରିଥିଲେ ।
ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପିପିଲି ପୁଲିସ ,ପିପିିଲି କଲେଜ ଏନସିସି ଛାତ୍ରଛାତ୍ରୀ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହେଯାଗ କରିଥିଲେ । ଆଜି ପାଣିପାଗ ବହୁତ ଭଲଥିବାରୁ ଏହି ରଥଯାତ୍ରାରେ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଲାଗି ରହିଥିଲା । ପିପିଲି ବିଦ୍ୟୁତ ବିଭାଗ ଏସଡିଓ ମାନସ ମହାନ୍ତି ନିଜେ ଉପସ୍ଥିତ ରହି କର୍ମକର୍ତ୍ତା ମାନଙ୍କ ସହ ସହଯୋଗ କରିଥିବା ବେଳେ ମନ୍ଦିରର ମୁଖ୍ୟ ସେବକ ଲକ୍ଷ୍ମୀଧର ପଣ୍ଡା ସମସ୍ତ ପୂଜା ନିତୀ ସଂପାଦନ କରିଥିଲେ । ତେବେ ଗୁଣ୍ଡିଚା ମନ୍ଦିରରେ ନଅ ଦିନ ବ୍ୟାପି ଶ୍ରୀଜୀୟୁଙ୍କ ସମସ୍ତ ରିତୀନିତୀକୁ ସ୍ଥାନୀୟ ଗଣପତି କ୍ଲବର ସଦସ୍ୟ ମାନେ କାର୍ଯ୍ୟ ସଂପାଦନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
Recent Comments