logo
add image
ଆରମ୍ଭ ହେଲା ବାହୁଡା଼ ପ୍ରସ୍ତୁତି,ଦକ୍ଷିଣମୋଡ଼ ହେଲା ରଥ।

ଆରମ୍ଭ ହେଲା ବାହୁଡା଼ ପ୍ରସ୍ତୁତି,ଦକ୍ଷିଣମୋଡ଼ ହେଲା ରଥ।

ପୁରୀ/୩/୭/୨୦୨୫/( ଆଧାର ମିଡ଼ିଆ)-ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି। ସେପଟେ ଚଳିତବର୍ଷ ଗୁଣ୍ଡିଚା ମନ୍ଦିରରେ ନବମୀ ସଂଧ୍ୟା ଦର୍ଶନ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ବାହୁଡା଼ ଯାତ୍ରା ଓ ସୁନାବେଶରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସେନେଇ ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି।
ଆସନ୍ତା ୫ ତାରିଖରେ ବାହୁଡାଯାତ୍ରା।ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଜି ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ସରିବା ପରେ ଘଣ୍ଟ, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନିଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା।  ବୁଧବାର ଦିନ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀଙ୍କ ଦ୍ବାରା ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ପରେ ବଳଭଦ୍ରଙ୍କ ରଥ ଦକ୍ଷିଣମୋଡ଼ ହୋଇଥିଲା। 
ଦର୍ପଦଳନ ପରେ ତାଳଧ୍ଵଜ ରଥର ଦକ୍ଷିଣ ମୋଡ କରାଯାଇଥିଲା। ତେବେ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିବାରେ ସାମିଲ ହୋଇଛନ୍ତି। ଏହା ବାହୁଡା ଯାତ୍ରାର ଅୟମାରମ୍ଭ। ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଆସନ୍ତା ୪ ତାରିଖରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ। ଏହି ଅବସରରେ ପ୍ରବଳ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ଗୁଣ୍ଡିଚା ମନ୍ଦିରରେ।‌ ସେପଟେ ୫ ତାରିଖ ବାହୁଡା଼ ଯାତ୍ରା ପାଇଁ ଶୀଘ୍ର ସମସ୍ତ ନୀତିକାନ୍ତି କରାଯିବ।  ବାହୁଡା଼ ଯାତ୍ରା ପରଦିନ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାରୁ ଠାକୁରଙ୍କ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସେବାୟତଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ସୁନାବେଶ ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରିବା ନେଇ ଆଲୋଚନା ହୋଇଛି। ରଥ ଦକ୍ଷିଣମୋଡ଼ ସମୟରେ ରଥ ଦଉଡ଼ି ଟାଣିବା ପାଇଁ ଭକ୍ତ ,ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଥିଲା।ସନ୍ଧ୍ୟା ସୁଦ୍ଧା ତାଳଧ୍ଵଜ ଓ ଦର୍ପଦଳନ ରଥ ନାକଚଣା ଦୁଆରେ ଲାଗି ଥିବା ବେଳେ ନନ୍ଦିଘୋଷ ରଥ ଗୁରୁବାର ସକାଳୁ ଟଣା ଯାଇଛି।

Recent Comments

Leave Comments

Top