୨୯/୭/୨୫(ଆଧାର ମିଡ଼ିଆ//ରିପୋର୍ଟ- ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଟାଉନ ସିପ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ସନ୍ଧ୍ୟା ସମୟରେ ମାନବାଧିକାର ପରିଷଦ ତତ୍ଵାଧିନରେ ଶ୍ରାବଣ (ସବୁଜ ପରିବେଶ )ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମହୋତ୍ସବ ଅତି ଆଡ଼ମ୍ବରେ ପାଳନ କରିବା ସହ ଶ୍ରାବଣ କୁଇନ୍ ରୂପେ ୭ ବର୍ଷର ଶିଶୁ ଆରୁହି ପ୍ରସାଦ କୁ ଚୟନ କରାଯାଇଥିଲା l ଏହି ଅବସରରେ ସଂଖ୍ୟାଧିକ ମହିଳା ମାନେ ସବୁଜ ଶାଢ଼ୀ ପିନ୍ଧି ମନ୍ଦିରରେ ଉପସ୍ଥିତ ଥିଲେ l ଆମନ୍ତ୍ରିତ ଅତିଥିଙ୍କ କହିବା ଅନୁସାରେ ଶ୍ରାବଣ ମାସରେ ଆମ ଚାରି ପାର୍ଶ୍ବରେ ଥିବା ସବୁଜ ପରିବେଶ ଯୋଗୁଁ ମଣିଷ ମନରେ ଆନନ୍ଦ ଭରିଥାଏ l ଏହି ଅବସରରେ ଆରୁହି ପ୍ରସାଦ କୁ ସବୁଜ ପରିବେଶ ସମ୍ବନ୍ଧୀୟ କେତେ ଗୁଡ଼ିଏ ପ୍ରଶ୍ନ କରି ଶ୍ରାବଣ କୁଇନ ରୂପେ ଉପସ୍ଥିତ ଥିବା ଅତିଥିଙ୍କ ଦ୍ଵାରା ଚୟନ କରି ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଶିବ ଚର୍ଚ୍ଚା ପରିବାର ର ନନ୍ଦା ଦେବି ସହ ସଂଖ୍ୟାଧିକ ମହିଳା, ମାନବାଧିକାର ପରିଷଦ ର ଅଧ୍ୟକ୍ଷ ନବି ଅହମଦ, ସଦସ୍ୟ ଅନିଲ ପ୍ରସାଦ, କେଶରୀ ପ୍ରସାଦ ତିୱାରୀ, ଆମନ୍ତ୍ରିତ ଅତିଥି ହୋପ ଫୋର୍ ହୁମିନିଟି ଫାଉଣ୍ଡେସନ ର ସଂଯୁକ୍ତା ସସ୍ମଲ୍, ନିଲମ୍ ସିଂହ, ହନୁମାନ ମନ୍ଦିର ର ପୂଜକ ଶ୍ରୀ ଅଭୟ ସତ୍ପତି ଆଦି ଉପସ୍ଥିତ ଥିଲେ l
Recent Comments