logo
add image
ଠେଲକୋଲୋଇ ସ୍ଥିତ ବାବା ଲୋକନାଥ ମନ୍ଦିରଠାରେ ଜଳାଭିଷେକ

ଠେଲକୋଲୋଇ ସ୍ଥିତ ବାବା ଲୋକନାଥ ମନ୍ଦିରଠାରେ ଜଳାଭିଷେକ

ରେଙ୍ଗାଲି/ସମ୍ବଲପୁର/୦୪/୦୮/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ଆଜିହେଉଛି ଶ୍ରାବଣ ମାସର ଶେଷ ସୋମବାର। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଠେଲକୋଲୋଇ ସ୍ଥିତ ବାବା ଲୋକନାଥ ମନ୍ଦିରଠାରେ ,ଆଜି ଜଳାଭିଷେକ କରାଯାଇଥିଲା।  ନିକଟସ୍ତ ପୋଖରିରୁ ପ୍ରଥମେ ଜଳ ସଂଗ୍ରହ କରି, କ୍ଷୀର ଦଧି, ପଞ୍ଚାମୃତ, ସର୍ବୋ ସଧି,ଅଷ୍ଟଗନ୍ଧା, ଗଙ୍ଗା ଜଳ ଆଦିରେ ଅଭିମନ୍ତ୍ରିତ କରାଯାଇଥିଲା। ପରେ ଶତାଧିକ ଭକ୍ତ ଧାଡ଼ିବାନ୍ଧି ଅଭିମନ୍ତ୍ରିତ ଜଳସହ ଫୁଲ ଏବଂ ବେଲପତ୍ରକୁ କଳସୀରେ ଆଣି ଶିବ ଲିଙ୍ଗରେ ଜଳାଭିଷେକ କରିଥିଲେ। ପରିଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ହରିବୋଲ ହୁଲହୁଲି ଶବଦରେ ମନ୍ଦିର ପ୍ରାଙ୍ଗଣ କମ୍ପି ଉଠୁଥିଲା। ପ୍ରକାଶଥାଉଯେ, ପ୍ରତ୍ୟେକ ବର୍ଷ ଏହି ଲୋକନାଥ ବାବାଙ୍କ ମନ୍ଦିର ରେ ଶ୍ରାବଣ ମାସ ର ଶେଷ ସୋମବାର ଦିନ ଏହିପରି ଜଳାଭିଷେକ କରାଯାଇଥାଏ। ଏହି ଦିନ ଏଠାରେ ଜଳଲାଗି କଲେ, ବାବା ଲୋକନାଥ, ଭକ୍ତ ଙ୍କ ଗୁହାରି ଶୁଣିବା ସହ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।

Recent Comments

Leave Comments

Top