logo
add image
ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଇଁ ସାକ୍ଷୀଗୋପାଳ ଅଂଚଳ ଚଳଚଞ୍ଚଳ।

ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଇଁ ସାକ୍ଷୀଗୋପାଳ ଅଂଚଳ ଚଳଚଞ୍ଚଳ।

ପିପିଲି/୧୬/୮/୨୦୨୫/(ଆଧାର ମିଡ଼ିଆ)- ପିପିଲି ଏସଡିପିଓ କାର୍ଯ୍ୟାଳୟ ଅଧୀନରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇଅଛି. ଠାକୁର ସୁବର୍ଣ୍ଣ ଗହଣାରେ ସଜେଇ ହୋଇଛନ୍ତି। ସାକ୍ଷୀଗୋପାଳଙ୍କ ଦୁର୍ଲଭ ଦର୍ଶନ, ପୂଜାର୍ଚ୍ଚନା ଓ ସାଂସ୍କୃତିକ ସମାରୋହ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଛି। ସେବାୟତ ସଂଘ ପକ୍ଷରୁ ଆୟୋଜିତ ଶ୍ରୀକୃଷ୍ଣ ଜନ୍ମୋତ୍ସବ ବିଶ୍ଵଶାନ୍ତି ମହାଯଜ୍ଞ, ଭଜନ ସମାରୋହ ଅନୁଷ୍ଠିତ କରାଯାଇଥିଲା।ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ର ଶ୍ରୀକୃଷ୍ଣ ଶ୍ରୀରାଧା ବେଶରେ ସଜ୍ଜିତ ହେଵା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ପରିବେଷଣ କରିଛନ୍ତି। ମନ୍ଦିରକୁ ଫୁଲମାଳ ଓ ଆଲୋକ ମାଳାରେ ସଜାଯାଇଛି। ବିଳମ୍ବିତ ରାତିରେ ଠାକୁରଙ୍କ ଜନ୍ମନୀତି କରାଯାଇଥିଲା।ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୂଖ୍ୟଅତିଥି ଭାବରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର,ସମ୍ମାନିତ ଅତିଥି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଓ ରାସ ବିହାର ଫାଉଣ୍ଡେସନର ଅଧ୍ୟକ୍ଷ ଧିରେନ୍ଦ୍ର ଜେନା ପ୍ରଦିପ ପ୍ରଜ୍ବଳନ କରି ଉସ୍ତବକୁ ଉଦଘାଟନ କରିଥିଲେ।ତାପରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଟଶିଳ୍ପୀ ମାନଙ୍କୁ ନେଇ ଭଜନ ପରିବେଷଣ କରାଯାଇଥିଲା.

Recent Comments

Leave Comments

Top