ବଲାଣି/୧୭/୮/୨୫/(ଆଧାର ମିଡ଼ିଆ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣିଅଞ୍ଚଳ ବଲାଣି ଟାଉନ୍ ସିପ ଏବଂ ଆଖ ପାଖ ଅଞ୍ଚଳରେ ଥିବା ବିଷ୍ଣୁ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର ତଥା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ,ବଲାଣି ବସ୍ତିଠାରେ ଗତ ଶନିବାର ଦିନ ମହା ସମାରୋହରେ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଆଡମ୍ବର ସହିତ ପାଳିତ ହୋଇଯାଇଛି l ବିଶେଷ କରି ଏହି ଉତ୍ସବରେ କୁନି କୁନି ଶିଶୁମାନେ କୃଷ୍ଣ ଓ ରାଧାବେଶ ଧାରଣ କରି ଦୋଳି ଖେଳ ସହିତ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା l ଶ୍ରଦ୍ଧାଳୁ ଭକ୍ତମାନେ ଧାର୍ମିକ ପରମ୍ପରାର ନୃତ୍ୟ ଓ ସଙ୍ଗୀତରେ ପରିବେଷଣ କରିଥିବା ବେଳେ ଏ ଅଞ୍ଚଳର ପ୍ରତ୍ୟେକ ଘର ମାନଙ୍କରେ ପୂଜାର୍ଚ୍ଚନା କରି ଏକ ଧାର୍ମିକ ବାତାବରଣ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି l ହିନ୍ଦୁ ପରମ୍ପରା ଧର୍ମ ଅନୁସାରେ ଜନ୍ମାଷ୍ଟମୀ ଉତ୍ସବରେ ଶ୍ରଦ୍ଧାଳୁ ଭକ୍ତମାନେ ନିର୍ଜଳା ଉପବାସ କରି ପୂଜା ବିଧି ଅନୁସାରେ ବିଭିନ୍ନ ପୂଜା ସାମଗ୍ରୀ ଓ ଫଳ ମୂଳ ସହ ଅଭିଷେକ କରାଯାଇଥିଲା l ଶ୍ରୀକୃଷ୍ଣଙ୍କ ଜନ୍ମଦିନ ସାରାଦେଶରେ ଜନ୍ମାଷ୍ଟମୀ ପର୍ବ ରୂପେ ପାଳନ କରାଯାଉଥିବା ବେଳେ ଏ ଅଞ୍ଚଳର ଶ୍ରଦ୍ଧାଳୁମାନେ ଏହି ଉତ୍ସବକୁ ବଡ଼ ଆଡମ୍ବର ସହିତ ପାଳନ କରି ସମାଜରେ ଏକ ଭକ୍ତିଭାବ ସୃଷ୍ଟି କରିଥିବାର ଜଣାପଡିଛି l
Recent Comments