logo
add image
 ମାଁ ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ

ମାଁ ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ

ବୌଦ୍ଧ ତା ୨୩/୦୮ ବୌଦ୍ଧର ଇଷ୍ଟଦେବୀ ମାଁ ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ପାରମ୍ପରିକ ରିତିନିତି ସହ ସ୍ୱତନ୍ତ୍ର ପୂଜା  ଅନୁଷ୍ଠିତ ହୋଇଅଛି । ପାରମ୍ପରିକ ରିତିନିତି ସହ ସକାଳର ନିତିକାନ୍ତି ସରିବା ପରେ ମାଁ ଭୈରବୀଙ୍କ ବେଶ କରାଯାଇଥିଲା । ମାଁ ଭୈରବୀଙ୍କ ଠାରେ ପୀଠା ଭୋଗ ସହ ନୂତନ ଶସ୍ୟ ଲାଗି କରାଯାଇଥିଲା । ମାଟି ନିର୍ମିତ ବାଣ୍ଠୁ କୁ ପୂଜା କରାଯିବା ପରେ ନୂତନ ଚାଙ୍ଗୁଡିରେ ମାଟିପାତ୍ରରେ ନୂତନ ଶସ୍ୟ ଲାଗି କରାଯାଇଥିଲା । ମୁଖ୍ୟ ସେବାୟତ ଗୌରି ଶଙ୍କର ବଡମାଳି, ପାଳିଆ ସେବାୟତ ହରିହର ବଡମାଳି, ରାଜୀବ ବଡମାଳିଙ୍କ ସମତେ ଅନ୍ୟମାନେ ସମସ୍ତ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ଶତାଧିକ ଭକ୍ତ ମାଁ ଭୈରବୀଙ୍କ ଦର୍ଶନ କରି ପୂଜା କରିଥିଲେ ।

Recent Comments

Leave Comments

Top