logo
add image
ପୁରୀରେ ଆୟୋଜିତ ହେବ ନୂଆଁଖାଇ ଭେଟଘାଟ୍

ପୁରୀରେ ଆୟୋଜିତ ହେବ ନୂଆଁଖାଇ ଭେଟଘାଟ୍

ସୁବର୍ଣ୍ଣପୁର/୨୫/୦୮/୨୦୨୫/(ଆଧାର ମିଡ଼ିଆ)-ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ଓ ଶ୍ରୀକ୍ଷେତ୍ର ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଅତି ପ୍ରାଚୀନ I ଏହି ସମ୍ପର୍କର ସେତୁକୁ ଆହୁରି ଦୃଢ କରିବା ପାଇଁ ଆଗେଇ ଆସିଛନ୍ତି ସୁବର୍ଣ୍ଣପୁରର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ରୁମକୁଝୁମାନା I ପବିତ୍ର ଗଣପର୍ବ ନୂଆଖାଇ ଅବସରରେ ଲୋକକଳା,ଲୋକ ନୃତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଅନୁଷ୍ଠାନ ତରଫରୁ ପ୍ରଥମ କରି ଶ୍ରୀକ୍ଷେତ୍ରେ ନୂଆଖାଇ ଉତ୍ସବ ପୁରୀ ସଂସ୍କୃତି ଭବନ ଠାରେ ଚଳିତ ଅଗଷ୍ଟ ମାସ ୩୧ ତାରିଖ ସକାଳ ୧୦ ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଛି I ଏ ନେଇ ଉତ୍ସବର ଆବାହକ ଶ୍ରୀମନ୍ତ କୁମାର ଦାଶ, ରୁମକୁଝୁମାନାର ସଭାପତି ଶାଶ୍ବତ କୁମାର ତ୍ରିପାଠୀ, ସଂସୃତିକ କମିଟି ପ୍ରମୁଖ ଭାଗିରଥି ମିଶ୍ର ଓ ମିଡିଆ ସଂଯୋଜକ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏହି ସୁଚନା ଦେଇଛନ୍ତି I
ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଏହି ଉତ୍ସବ ପାତାଳି ଶ୍ରୀକ୍ଷେତ୍ର ଓ ଶ୍ରୀକ୍ଷେତ୍ର ମଧ୍ୟରେ ସାଂସ୍କୃତିକ ଭାବର ଆଦାନ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିବା ସହିତ ଉତ୍ସବରେ ସାମିଲ ହେବାପାଇଁ ସମ୍ମତି ପ୍ରକାଶ କରିଛନ୍ତି  I ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓଡିଶା ସଂସ୍କୃତିରେ ସୁବର୍ଣ୍ଣପୁରର ଅବଦାନ କଥା ଉଲ୍ଲେଖ କରିବା ସହ ନିଜେ ଉପସ୍ଥିତ ରହିବାର ସହମତି ପ୍ରକାଶ କରିଛନ୍ତି । ଏହି ଅବସରରେ ଲୋକ କଳା, ଲୋକ ନୃତ୍ୟ ପ୍ରଦର୍ଶନ ସହିତ କବି ଓ କଳାକାର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ I ବିଭିନ୍ନ କ୍ଷେତ୍ରରେ ଜୀବନବ୍ୟାପି ସାଧନା କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପ୍ରଦାନ  କରାଯିବ I ସାରା ଓଡିଶାରୁ  କବି ଓ କଳାକାର ସାମିଲ ହୋଇ ଏହି ଅବସରରେ  ସାଂସ୍କୃତିକ ଭାବର ଆଦାନ ପ୍ରଦାନ କରିବେ I ପୁରୀରେ ଅନୁଷ୍ଠିତ ସମ୍ମିଳନୀରେ ରୁମକୁଝୁମାନାର କଳାକାର ମାନେ ମଧ୍ୟ ଉପସ୍ଥିତ ଥିଲେ I 

Recent Comments

Leave Comments

Top