logo
add image
୩୮ବର୍ଷରେ ପହଁଚିଲା କାକଟପୁରର ଗଣେଶ ବଜାର କମିଟି

୩୮ବର୍ଷରେ ପହଁଚିଲା କାକଟପୁରର ଗଣେଶ ବଜାର କମିଟି

କାକଟପୁର/ପୁରୀ/୨୮ /୮/୨୦୨୫/ (ଆଧାର ମିଡ଼ିଆ)-କାକଟପୁରର ସର୍ବ ପୁରାତ୍ତନ ବଜାର ଭାବେ ପରିଚିତ ଗଣେଶ ବଜାର କମିଟି, ସମସ୍ତ ବ୍ୟବସାୟୀ ଭାଇ ମାନଙ୍କ ଅକୁଣ୍ଠ ସାହାର୍ଯ୍ୟ ଓ ସହଯୋଗରେ ଏହି କମିଟି ୩୮ବର୍ଷ ହେବ ସଂଗଠିତ ହୋଇ ରହିଛି ଓ ରହିଥିବ ବୋଲି ବଜାରର ପୂର୍ବତ୍ତନ ସଭାପତି ବସନ୍ତ କୁମାର ସ୍ୱାଇଁ କହିଛନ୍ତି, ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା l ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ l
ଏଥିପାଇଁ ପୁରୀଜିଲ୍ଲା କାକଟପୁରର ବିଭିନ୍ନ ପୂଜାମଣ୍ଡପରେ ପୂଜାପାଉଛନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଜାନନ l ପ୍ରାତଃ କାଳରୁ ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ,ଗଣେଷ ବଜାର.ଲକ୍ଷ୍ମୀ ବଜାର, ୟୁକୋବ୍ୟାଙ୍କ ଛକ, କଲେଜ ଛକ, ଚନ୍ଦନ ବଜାର,ମଙ୍ଗଳା ବଜାର,ବ୍ଲକଛକ, ମେଡିକାଲ ଛକ ଆଦି ପୂଜା ମଣ୍ଡପରେ ବିଘ୍ନରାଜ ଶ୍ରୀ ଗଜାନନଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଛି l ଶୁ ଉଚ୍ଚ ତ୍ୱରଣ ସାଙ୍ଗକୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତହୋଇ ସାରା ବଜାରକୁ ଝିଲି ମିଲି କରୁଛି ପାରମ୍ପରିକ ବାଦ୍ୟ ଢୋଲ, ମହୁରୀ, ଶଙ୍ଖରେ ପ୍ରକମ୍ପିତ ହୋଇପଡିଛି କାକଟପୁର ବଜାର ସମେତ ବିଭିନ୍ନ ପୁରପଲ୍ଲୀ l ଗଣେଷ ବଜାର କମିଟି ଚଳିତ ବର୍ଷ ୩୮ବର୍ଷରେ ପଦାର୍ପଣ କରିଛି l କାକଟପୁରର ସର୍ବପୁରାତନ କମିଟି ଭାବେ ପ୍ରଭୁ ଗଜାନନଙ୍କ ନାମରେ ନାମିତ କରାଯାଇଛି l ଚଳିତ ବର୍ଷ କମିଟି ପକ୍ଷରୁ ପୂଜାକୁ ଅତି ନିଷ୍ଠାର ସହ ପାଳନ କରାଯାଉଥିବାବେଳେ ପ୍ରାୟ ଅଶୀ ରୁ ଉର୍ଦ୍ଧ ବ୍ୟବସାୟୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା l
ଏହି ପୂଜାମଣ୍ଡପରେ ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଲୋକକଳା ପରିବେଷଣ କରାଯିବ ବୋଲି ସଭାପତି କମଳ ଲୋଚନ ଦୀକ୍ଷିତ ପ୍ରକାଶ କହିଥିବା ବେଳେ ସେହିପରି ଲକ୍ଷ୍ମୀ ବଜାରରେ ପ୍ରଦୀପ୍ତ କୁମାର ଦୀକ୍ଷିତ, ପ୍ରସନ୍ନ କୁମାର ନାୟକ, ସୂର୍ଯ୍ୟକାନ୍ତ ଦୀକ୍ଷିତ, ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ, ସଞ୍ଜୟ ସାମଲ, ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ଗଣେଶ ବଜାର କମିଟି ର  ସମ୍ପାଦକ ମାନସ ଦୀକ୍ଷିତ, କାର୍ଯ୍ୟକାରୀ ସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ବିଜୟ କୁମାର ସାହୁ, ଅକ୍ଷୟ କୁମାର ଦୀକ୍ଷିତ, ନିରଞ୍ଜନ ଦୀକ୍ଷିତ, ବାଣୀ ପ୍ରସାଦ ବେହେରା, ଗଣେଶ କୁମାର ବେହେରା,ପ୍ରମୁଖ ପରିଚାଳନା କରିଥିଲେ

Recent Comments

Leave Comments

Top