logo
add image
ସୁବର୍ଣ୍ଣପୁର ଠାରେ ଧୁମ୍ ଧାମରେ ପାଳିତ ହେଲା ନୂଆଁଖାଇ ପାହୁର୍ ଯାତ୍ରା-

ସୁବର୍ଣ୍ଣପୁର ଠାରେ ଧୁମ୍ ଧାମରେ ପାଳିତ ହେଲା ନୂଆଁଖାଇ ପାହୁର୍ ଯାତ୍ରା-

ସୁବର୍ଣ୍ଣପୁର/୨୯/୦୮/୨୦୨୫/(ଆଧାର ମିଡ଼ିଆ)-ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଥା ସହରରୁ ପଲ୍ଲୀପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ସୋନପୁର ସହରରେ ପ୍ରଥମେ ସକାଳ ୧୦ଟା ବେଳେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରୁ ପାହୁର ଯାତ୍ରା ବାହାରିଥିଲା । ମା ସମଲେଶ୍ୱରୀ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପାହୁର ବାହାରି ସହର ପରିକ୍ରମା କରି ସୋନପୁରର ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦିର ସହ ଅଷ୍ଟଚଣ୍ଡୀ ଏବଂ ମଝିପଡାସ୍ଥିତ ବଡହନୁମାନ ମନ୍ଦିରକୁ ଯାଇଥିଲା I ପରେ ନିର୍ଦ୍ଧାରିତ ସମୟରେ ମା ସୁରେଶ୍ଵରୀଙ୍କ ସହ ସମସ୍ତ ଅଷ୍ଟଚଣ୍ଡୀ ଏବଂ ବଡ ହନୁମାନଙ୍କ ଠାରେ ନବାନ୍ନ ଲାଗି ହୋଇଥିଲା ।
ଢୋଲ,ନିଶାନ,ତାସା ଓ ମହୁରୀ ସହ ସହରର ବହୁଲୋକ ପାହୁର ଯାତ୍ରାରେ ସାମିଲ ଥିଲେ। ଏହାପରେ ନିର୍ଦ୍ଧାରିତ ସମୟ ସକାଳ ୧୧.୦୯ମି. ରୁ ୧୧.୨୩ମି. ମଧ୍ଯରେ ସର୍ବସାଧାରଣ ନବାନ୍ନ ଭକ୍ଷଣ କରିଥିଲେ । ପୌର ପରିଷଦ କର୍ମଚାରୀ,ଜନ ପ୍ରତିନିଧି ଙ୍କ ସମେତ ଦେବୋତ୍ତର କମିଟି ଓ ନୂଆଁଖାଇ ଭେଟ୍ ଘାଟ କମିଟିର ସମସ୍ତ ସଦସ୍ୟ, ସୋନପୁର ସହରର ସମସ୍ତ ବର୍ଗର ଲୋକ ଏଥିରେ ସାମିଲ ଥିଲେ। ପରେ ଆରମ୍ଭ ହୋଇଥିଲା ଜୁହାର ଭେଟ କାର୍ଯ୍ୟକ୍ରମ । ଛୋଟମାନେ ବଡମାନଙ୍କୁ ଜୁହାର କରି ଆର୍ଶୀବାଦ ଲାଭ କରିଥିଲେ। ସହର ସମସ୍ତ ପରିବାର ସଦସ୍ୟମାନଙ୍କ ସହ ସହର ସ୍ଥିତ ଅଷ୍ଟଚଣ୍ଡୀ, ଅଷ୍ଟଶମ୍ଭୁ ଏବଂ ଅଷ୍ଟବିଷ୍ଣ ମନ୍ଦିର ଯାଇ ଦର୍ଶନ କରିଥିଲେ।
ପାହୁର ଯାତ୍ରାରେ ପୂର୍ବତନ ପୌରାଧ୍ଯକ୍ଷ ପ୍ରକାଶଚନ୍ଦ୍ର ସାହୁ, ସମାଜିକକର୍ମୀ ଶ୍ରୀବସ୍ତ୍ର ମଲ୍ଲିକ, ଓ ଏ ଏସ ଅଫିସର ଶରତ ସେଠୀ, ଶେଷଦେବ ମେହେର, ପର୍ଶୁ ରାମ ମିଶ୍ର, ଲଡ଼ୁକିଶୋର ମଲ୍ଲିକ, ବୈକୁଣ୍ଠ ଶତପଥୀ, ମନୋରଞ୍ଜନ ତ୍ରିପାଠୀ, ରାଜକିଶୋର ତ୍ରିପାଠୀ, ଦେବାଶିଷ ପଟ୍ଟନାୟକ, ସତ୍ୟନାରାୟଣ ତ୍ରିପାଠୀ, ଆନନ୍ଦ ପାତ୍ର, ପ୍ରଫୁଲ୍ଲ ନାଏକ, ରାଜୁ ରାଓ, ଟିବାନୀ ଦାନୀ, ତ୍ରିଲୋଚନ ତରିଆ, ପଦ୍ମଲୋଚନ ସାହୁ, ଗୋପାଳ ମେହେର, ଅକ୍ଷୟ ମେହେର, ରାଜୁ ରାଓ, ସଞ୍ଜୟ ମହାପାତ୍ର, ଅକ୍ଷୟ ପାତ୍ର, ଜନ୍ମ ପାତ୍ର, ଚିତ୍ତ ରଞ୍ଜନ ଭୋଇ, ହରି ଶଙ୍କର ଚୌଧୁରୀ, ଗୋବିନ୍ଦ ପାତ୍ର, ନାରାୟଣ ରଥ,  ପ୍ରମୁଖ ସାମିଲ ଥିଲେ। ଭାଇଚାରର ଏହି ପର୍ବ ଚଳିତବର୍ଷ ଖୁବ୍‌ ହର୍ଷ ଉଲ୍ଲାସରେ ପାଳନ କରାଯାଇଛି ।

Recent Comments

Leave Comments

Top