ବୌଦ୍ଧ/୧୨/୦୯/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ୱର ମହାପାତ୍ର) ବୌଦ୍ଧ ଜିଲ୍ଲା ର ତିନି ଗୋଟି ବ୍ଲକ୍ରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ସମୀକ୍ଷା କଲେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ। ଗୁରୁବାର ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ନାୟକ l ଶ୍ରୀ ନାୟକ ବୌଦ୍ଧ ବ୍ଲକର ଲକ୍ଷ୍ମୀ ପ୍ରସାଦ,ତେଲିବନ୍ଧ,ବହିରା,ଗୋଛାପଡା,ଗୁନ୍ଦୁଲିଆ,ଶଗଡା ଆଦି ବିଭିନ୍ନ ଗ୍ରାମପଞ୍ଚାୟତ ପରିଦର୍ଶନ କରି ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ପାଇଁ ଚାଲିଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଅପରାହ୍ନ ୫ଟା ସମୟରେ କଣ୍ଟାମାଳ ବ୍ଲକର ବିଭିନ୍ନ ଗ୍ରାମ ଗସ୍ତରେ ଯାଇ ଏକ ପେଡ ମା କେ ନାମ୍ କାର୍ଯ୍ୟକ୍ରମ ପ୍ରସ୍ତୁତିର ପରିଦର୍ଶନ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମ ପାଇଁ ସ୍ଥାନ ନିରୁପଣ ହୋଇଥିବା ବରଗୋଛା,ବିଳାସପୁର ଓ ଗୁଡ଼ଭେଲି ପଦର ଆଦି ଗ୍ରାମ ପଞ୍ଚାୟତ ଗସ୍ତ କରି ପ୍ରସ୍ତୁତି ପରିଦର୍ଶନ କରିଥିଲେ।ବୃକ୍ଷ ରୋପଣ ପାଇଁ ଚାଲିଥିବା ଗାତ ଖୋଳା କାର୍ଯ୍ୟ ଦେଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡି ଓ ଅନ୍ୟମାନେ ଉପସ୍ଥିତ ଥିଲେ l
Recent Comments