logo
add image
ବୌଦ୍ଧରେ ପୁଅ ଜିଉଁତିଆ ପାଳିତ

ବୌଦ୍ଧରେ ପୁଅ ଜିଉଁତିଆ ପାଳିତ

ବୌଦ୍ଧ/୧୪/୯/୨୦୨୫/(ଆଧାର ମିଡ଼ିଆ)-ପଶ୍ଚିମ ଓଡ଼ିଶାର ପର୍ବ ପର୍ବାଣୀ ମଧ୍ୟରେ ପୁଅ ଜିହିଁତିଆ ଗୋଟିଏ ପର୍ବ। ବୌଦ୍ଧଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ଆଜି ପୁଅ ଜିଉଁତିଆ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଅଛି । ମା ମାନେ ପୁଅମାନଙ୍କର ଦୀର୍ଘାୟୁ କାମନା କରିବା ସହିତ ତାଙ୍କର ଶୁଭକାମନା ମନାସି ଏହି ଜିଉଁତିଆ ପାଳନ କରିଥାନ୍ତି । ମା ମାନେ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଗାଁ ଦାଣ୍ଡ ମଝିରେ ସମସ୍ତେ ଏକତ୍ରିତ ହୋଇ ମା ଦୁର୍ଗାଙ୍କ ପାଖରେ ପୁଅ ଝିଅ ମାନଙ୍କ ଦୀର୍ଘାୟୁ କାମନା କରି ଜିଉଁତିଆ ପାଳନ କରିଥାନ୍ତି । ପରଦିନ ପାହାନ୍ତିଆରୁ ମା ମାନେ ନଦୀ ଓ ପୋଖରୀକୁ ଯାଇ ସ୍ନାନସାରି ଗାଧୁଆ ତୁଠରେ ପୂଜା ଅର୍ଚ୍ଚନା କରିଥାନ୍ତି । ଏବଂ ଘରକୁ ଆସି ପୁଅମାନଙ୍କୁ ୧୦୮ ଦୁବ, ଫୁଲ ଓ ଦୀପ ଲାଗାଇ ବନ୍ଦାଇ ଥାନ୍ତି ।
ଏହି ଜିଉଁତିଆ କରିବା ଦ୍ୱାରା ପୁଅମାନଙ୍କ ରିଷ୍ଟ ଖଣ୍ଡନ ହେବାସହିତ ସେମାନେ ଦୀର୍ଘାୟୁ ହୋଇଥାନ୍ତି ଏବଂ ଶରୀର ସୁସ୍ଥ୍ୟ ରହିଥାଏ ବୋଲି ବିଶ୍ୱାସ ରହିଛି । ଏହି ପୁଅ ଜିଉଁତିଆରେ ମା ଦୁର୍ଗାଙ୍କ ପୂଜା ଆରଧ୍ୟନା କରାଯାଇଥାଏ ଏହି ପୂଜାକୁ ଦୂତୀବାହନ ଓଷା ମଧ୍ୟ କହନ୍ତି ବୌଦ୍ଧ ସହରର ମାଳିସାହି,ବଗିଚା ସାହି, କେଉଟ ସାହି, ବ୍ରାହ୍ମଣ ସାହି, ପୁଡ଼ାପୋଡ଼ା, ନୂଆଁ ସାହି, ବୁଟୁପଲି , ରାଜନ ପାଲି ବାପୁଜୀ ନଗର ଏହି ସବୁ ସାହି ମାନଙ୍କ ରେ ଆନନ୍ଦ ଉଲ୍ଲାସରେ ପୂଜା ପାଳିତ ହୋଆସୁଛି ଏବଂ ଆଜି ଠାରୁ ବିଭିନ୍ନ ଦେବୀ ପୀଠରେ ଖଣ୍ଡାବସା ପର୍ବ ବା ଷୋହଳ ପୂଜା ଆରମ୍ଭ ହୋଇଥାଏ । ଆଜି ଠାରୁ ବିଭିନ୍ନ ଦେବୀ ମନ୍ଦିର ଗୁଡିକରେ ମାଁ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

Recent Comments

Leave Comments

Top