କାକଟପୁର/୧୪ /୯/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ)-ଆଜି ପବିତ୍ର ମୂଳାଷ୍ଟମୀ ଆଜିର ଦିନରୁ ମାଙ୍କର ଷୋଡଶ ଉପଚାର ପୂଜନୀତି ଆରମ୍ଭ ହୋଇଥିବାବେଳେ ମା ମଙ୍ଗଳାଙ୍କୁ ୧୨ .୫୭ ମିନିଟରୁ ସହସ୍ରା କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା l ପାଳିଆ ସେବକ ଓ ପୂଜାପଣ୍ଡା ସେବକ ମାନଙ୍କ ଦ୍ୱାରା ୧୦୮ଗରା ଜଳରେ ଅଗରୁ,ଚନ୍ଦନ,କର୍ପୁର,ମହୁ,କ୍ଷୀର, ଲହୁଣୀ ଓ ଘିଅ ଆଦି ମିଶ୍ରଣ କରାଯାଇ ସୁବାସିତ ଜଳ ପ୍ରସ୍ତୁତ କରାଯାଇ ବେଦମନ୍ତ୍ର ଧ୍ଵନୀରେ ମା ମଙ୍ଗଳାଙ୍କୁ ସ୍ନାନ କରାଯାଇଥିଲା ଲ
ବର୍ଷକରେ ଏହି ଦିନରେ ମାଙ୍କର ସ୍ନାନନୀତି ଦର୍ଶନ କରିବା ପାଇଁ ଅନୁମତି ଥାଏ l ଦେବୀ ଉତ୍ଥାପନ,ଘଟସ୍ଥାପନ, ଅଖଣ୍ଡଳ ସ୍ଥାପନ ପରେ ମାଙ୍କ ନୀତି ଆରମ୍ଭ କରାଯାଇଥିଲା l ଆଜି ଠାରୁ ପ୍ରତ୍ୟେହ ଚଣ୍ଡୀପୂଜା,ହୋମଯଜ୍ଞ,ଦ୍ୱାରପାଳ ପୂଜା,ସିଂହପୂଜା ନିଷ୍ଠାର ସହ ଆରମ୍ଭ କରାଯାଇଛି l ନବପତ୍ରିକା ଦିନଠାରୁ ସମସ୍ତ ନୀତି ସମାପନ ପରେ ମାଙ୍କ ଚଳନ୍ତି ପ୍ରତିମା ବନଦୁର୍ଗାଙ୍କୁ ଏକ ସୁସଜ୍ଜିତ ମଣି ବିମନରେ ମହିଷାସୁରଙ୍କୁ ଠାବ କରିବାପାଇଁ ମନ୍ଦରଗିରି ବିଜେ କରିଥାନ୍ତି ଏବଂ ସେଠାରେ ଜଗତିପୂଜା ଅନୁଷ୍ଠିତ ହୋଇଥାଏ l ଆଜିର ଷୋଡଶ ଉପଚାର ପୂଜାପଣ୍ଡା ଭାବେ ତପନ କୁମାର ଦୀକ୍ଷିତ ଓ ପାଳିଆ ସେବକ ଭାବେ ଅଭିରାମ ଦୀକ୍ଷିତ ଦାୟିତ୍ୱ ନିର୍ବାହ କରିଥିଲେ l
ଏହି ପାର୍ବଣପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାର କୁ ଫୁଲ ସଜାଇବା ସହିତ ଆଲୋକ ମାଳାରେ ସଜ୍ଜିତ କରାଯାଇଛି, ଆଜି ଦିନଠାରୁ ୧୬ଦିନ ପର୍ଯ୍ୟନ୍ତ ମାତୃ ଭକ୍ତମାନେ ଅଖଣ୍ଡ ଦୀପ ଜାଳିଲେ ପାରିବାର ସୁଖ, ଶାନ୍ତିରେ ରହିବା ସହିତ ସୁସ୍ଥ ଓ ନିରାମୟ ଜୀବନ ଯାପନ କରନ୍ତି ବୋଲି ବିଶ୍ୱାସ ରହିଛି,ମନ୍ଦିର ବେଢାରେ ଏକ ଦୀପମଣ୍ଡପ କରାଯାଇ ଭକ୍ତମାନଙ୍କ ନାମ ଓ ଗୋତ୍ର ଉଚ୍ଚାରଣ କରି ମନ୍ତ୍ରପାଠ କରି ସେବାୟତ ମାନେ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ ନିମନ୍ତେ ଏହି ଅଖଣ୍ଡ ଦୀପ ଜଳାଇ ଥାନ୍ତି l
Recent Comments