logo
add image
ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ

ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ

ପୁରୀ/୧୭/୯/୨୦୨୫/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ଆର୍ଥିକ ସେବା ଓ ସଞ୍ଜୟ ବିଭାଗ ପକ୍ଷରୁ ଗତକାଲି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବେଣ୍ଟପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଜୟ ଅଧିକାରୀ ବିଭୂତି ଭୂଷଣ ନାୟକ ଅଧ୍ୟକ୍ଷତା କରିବା ସହ ସ୍ୱଳ୍ପ ସଞ୍ଜୟର ଆବଶ୍ୟକତା ଓ ଉପକାରିତା, ସାଇବର ଠକେଇର ବିଭିନ୍ନ ପ୍ରକ୍ରିୟା ଓ ଏହାର ନିରାକରଣ, ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଓ ତାହାର ସୁଫଳ ସମ୍ପର୍କରେ ଆଲୋଚନା କରିଥିଲେ।ବ୍ରହ୍ମଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ସୁଦର୍ଶନ ବେହେରା ବ୍ୟାଙ୍କର ବିଭିନ୍ନ ପ୍ରକାର ଜମା,ବୀମା,ଋଣ ଦେଣନେଣ ସମ୍ପର୍କରେ ବିଷଦ ଆଲୋଚନା କରି ହିତାଧିକାରୀ ମାନେ ତାହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ।ବେଣ୍ଟପୁର ସରପଞ୍ଚ ବିଜୟଲକ୍ଷ୍ମୀ ପଲେଇ ସ୍ୱଳ୍ପ ସଞ୍ଜୟର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା,ସ୍ୱଳ୍ପ ସଞ୍ଜୟ ଅଭିକର୍ତ୍ତା କର୍ମୀ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ।

Recent Comments

Leave Comments

Top