logo
add image
ଉପଯୁକ୍ତ ପରିବେଶ ପାଇଲେ ଶିଶୁ ର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ଲାଭ ହୋଇଥାଏ ।

ଉପଯୁକ୍ତ ପରିବେଶ ପାଇଲେ ଶିଶୁ ର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ଲାଭ ହୋଇଥାଏ ।

କଣିହାଁ ୩/୧୦/୨୦୨୪(ଆଧର ମିଡ଼ିଆ)ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ନରୋତ୍ତମ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ତାଳଚେର ର ମାନ୍ୟବର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ଏନଟିପିସି ର ପ୍ରକଳ୍ପ ମୁଖ୍ୟ ଅଶୋକ କୁମାର ସେହାଗଲ,ଏନଟିପିସି ଅଧିକାରୀ ଶ୍ରୀମତୀ ସୁଜାତା ରଥ, ଜିନ୍ଦଲ ପ୍ରକଳ୍ପ ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗୁଲୁ ଚରଣ ପ୍ରଧାନ,ସନ୍ତୋଷ କୁମାର ପ୍ରଧାନ ଓ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ଯୋଗ ଦେଇ ପ୍ରଥମେ ବିଦ୍ୟାଳୟ ର ପ୍ରତିଷ୍ଠାତା ପବିତ୍ର ମୋହନ ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳିତ ଜୀବନ ଉପରେ ଗୁରୁତ୍ଵ ଆରୋପ କରିଥିଲେ। ସମ୍ମାନିତ ଅତିଥି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ତାଙ୍କ ବକ୍ତବ୍ୟ ରେ କହିଥିଲେ," ଶିଶୁ ପାଖରେ ବହୁତ ସମ୍ଭାବନା ରହିଛି। ଉପଯୁକ୍ତ ପରିବେଶ ପାଇଲେ ତାହା ବିକଶିତ ହେବ। ଆଜିର ସୁରଭି କାର୍ଯ୍ୟକ୍ରମ ଏହାର ଏକ ପରିବେଶ।" ଶିକ୍ଷୟିତ୍ରୀ ନିରୁପମା ଷଡ଼ଙ୍ଗୀ ଓ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ। ପରେ ଜୁନିଅର, ସିନିୟର ସେକେଣ୍ଡାରୀ ଓ ସିନିୟର ହାଇଅର ସେକେଣ୍ଡାରୀ ବର୍ଗରେ କୁଇଜ , ତର୍କ, ବକ୍ତ୍ରୁତା, ସଙ୍ଗୀତ, ହସ୍ତାକ୍ଷର, ସ୍ରୁଜନଶୀଳ ଲିଖନ, ଚିତ୍ରାଙ୍କନ, ମଧ୍ଯାହ୍ନ ଭୋଜନ ଚିତ୍ରକଳା ଓ ହସ୍ତକଳା, ଦଳଗତ ନ୍ରୁତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ପୁରସ୍କାର ପ୍ରଦାନ ସମାରୋହରେ ପ୍ରତ୍ୟେକ ବର୍ଗର ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ସୁରଭି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଏନଟିପିସି ସିଏସଆର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା। ସମସ୍ତ ସିଆରସିସି, ପ୍ରତିଯୋଗିତା ପରିଚାଳନା କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ବିଇଓଙ୍କ କାର୍ଯ୍ୟାଳୟ ର ସମସ୍ତ ଏମଆଇଏସ ଓ କର୍ମଚାରୀ ଓ ପବିତ୍ର ମୋହନ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଆଜିର ସୁରଭି କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Recent Comments

Leave Comments

Top