ପୁରୀ/୧୭/୯/୨୦୨୫/(ଆଧାର ମିଡ଼ିଆ)-ଏକପେଡ ମାକେ ନାମ କାର୍ଯ୍ୟକ୍ରମ ଆଧାରରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡାଙ୍କ ଦ୍ଵାରା ବୃକ୍ଷ ରୋପଣ ସହ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୁରୀ ପୌରପାଳିକାର ଦତ୍ତ ତୋଟା ଜଗନ୍ନାଥ କଲୋନୀରେ ଜିଲ୍ଲାପାଳ ଶ୍ରୀ ପରିଡା ସକାଳ ୭.୩୦ ମିନିଟରେ ପହଞ୍ଚିବା ପରେ ଏକ ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିବା ସହ ନିଜେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ପରେ ସ୍ୱଛତା କାର୍ଯ୍ୟକ୍ରମ ଅଧିନରେ କଲୋନୀକୁ ସଫା କରିଥିଲେ।ଖଡିକା,ବେଲଚା,ଅଖା ଇତ୍ୟାଦି ଧରି ଜିଲ୍ଲାପାଳ ଶ୍ରୀ ପରିଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ମାନେ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ।ପରେ ଜିଲ୍ଲାପାଳ ଏକପେଡ ମାକି ନାମ କାର୍ଯ୍ୟକ୍ରମ ଆଧାରରେ ବୃକ୍ଷ ରୋପଣ କରିଥିଲେ।ପୌରପାଳିକାର ପ୍ରତ୍ୟେକ ଅଞ୍ଚଳକୁ ନିରନ୍ତର ସ୍ୱଛ ରଖିବାକୁ ଜିଲ୍ଲାପାଳ ପୌର କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Recent Comments