logo
add image
ବଲାଙ୍ଗିର ଦିନ୍ ଆୟୋଜନ କମିଟିର ସାମ୍ବାଦିକ ସମ୍ମିଳନୀ।

ବଲାଙ୍ଗିର ଦିନ୍ ଆୟୋଜନ କମିଟିର ସାମ୍ବାଦିକ ସମ୍ମିଳନୀ।

ବଲାଙ୍ଗିର,୨୪/୧୦(ଆଧାର ମିଡ଼ିଆ)ବଲାଙ୍ଗିର ଦିନ୍ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ପି.ପି.ଏକାଡେମୀ ସଭାଗୃହରେ ବଲାଙ୍ଗିର ଦିନ୍ ପାଳନ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ,ନଭେମ୍ବର ୧ ବଲାଙ୍ଗିର ଦିନ୍ ପାଳନକୁ ବ୍ୟାପକ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି।୨୪ ତାରିଖରେ ଉଦ୍‌ଘୋଷକ/ଉଦ୍‌ଘୋଷିକା ଚୟନ,୨୫ ତାରିଖରେ ଆର୍ଟ ଏଣ୍ଡ କ୍ରାଫ୍ଟ, ମେହେନ୍ଦି ଓ ଗୀତା ପ୍ରତିଯୋଗିତା ଅନୁଷ୍ଠିତ ହେବ,୨୬ ତାରିଖରେ ଫେନ୍ସି ଡ୍ରେସ,ର‌୍ୟାମ୍ପ ସୋ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ, ୨୭ ରେ ଆମ ପିଢାମଡା, ନୃତ୍ୟ ପ୍ରତିଯୋଗିତା, କ୍ରିକେଟ ମ୍ୟାଚ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ୨୮ ତାରିଖରେ ରଙ୍ଗୋଲି ଓ ବଲାଙ୍ଗିର ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୯ ତାରିଖରେ ଶଙ୍ଖ ଫୁଙ୍କା, ହୁଳାହୁଳି, କବିତା ଆସର, ଆଲୋଚନା ଚକ୍ର ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ୩୦ ତାରିଖରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ନଭେମ୍ବର ୧ ସକାଳ ଘ.୮ ରେ ସାଂସ୍କୃତିକ ଶୋଭାଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ବଲାଙ୍ଗିର କୋଶଳ କଳାମଣ୍ଡଳରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଓ ଦୁର୍ଗା ମନ୍ଦିର ଦେଇ କୋଶଳ କଳା ମଣ୍ଡଳକୁ ସାଂସ୍କୃତିକ ଶୋଭାଯାତ୍ରା ପହଂଚିବ।ସନ୍ଧ୍ୟାରେ ସମସ୍ତଙ୍କ ଘରେ ଝୋଟି ଓ ଦୀପ ପ୍ରଜ୍ଜଳନ ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି ଏବଂ ନଭେମ୍ବର ୨ ରେ ସାଂସ୍କୃତିକ ସନ୍ଧ୍ୟା ଜଣାଶୁଣା କଳାକାରଙ୍କ ସହିତ ବହୁ ମାନ୍ୟଗଣ୍ୟବ୍ୟକ୍ତି ଙ୍କ ଉପସ୍ଥିତିରେ ଉଦ୍‌ଯାପନି ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଡ. ଶ୍ରୀକର ମିଶ୍ର, ସଂଯୋଜକ ଲୋଟସ ଷଡଙ୍ଗି, ବିଧୂଭୂଷଣ ତ୍ରିପାଠି, ଦିନେଶ ଶର୍ମା, ସଂଗୀତା ଦାଶ ଓ ସଂପାଦକ ବିନୋଦ କାଲସାଏ ଉପସ୍ଥିତ ରହି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

Recent Comments

Leave Comments

Top