ଖୋର୍ଦ୍ଧା,୨୫/୧୦/୨୦୨୪ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମର ସ୍ୱାଇଁ )ଖୋର୍ଦ୍ଧା ଜିଲ୍ଲା ବୋଲଗଡର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ "ପ୍ରମେୟ" ର ବରିଷ୍ଠ ସହ ସମ୍ପାଦକ ଜୟକୃଷ୍ଣ ହୋତା ଙ୍କର ୬୧ବର୍ଷ ବୟସରେ ବିୟୋଗ ହୋଇଛି । ଉକ୍ତ ଦୁଃଖଦ ଖବର ପାଇବା ପରେ ବୋଲଗଡ଼ ସାମ୍ବାଦିକ ଓ ବୁଦ୍ଧିଜିବୀ ମହଲ ରେ ଶୋକର ଛାୟା ଖେଳି ଯାଇଛି l ସେ ବୋଲଗଡ଼ ଦିବ୍ୟସିଂହପୂର ବାସିନ୍ଦା ଥିଲେ ,୧୯୮୮ ମସିହା ଧରିତ୍ରୀ ଖବର କାଗଜ ରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ। ତାଙ୍କର ଦେହାନ୍ତ ଖବର ପାଇବା ପରେ ବୋଲଗଡ ର ବିଭିନ୍ନ ଅନୁଷ୍ଠାନ ତରଫରୁ ଯଥା ଅବସରପ୍ରାପ୍ତ କର୍ମଚାରୀ ସଂଘ,ବଳଦୁର୍ଗ ସାହିତ୍ୟ ସଂସଦ,ବରିଷ୍ଠ ନାଗରିକ ମଞ୍ଚ ଓ ପୂଜ୍ୟପୂଜା ସଂସଦ ସଭାପତିତ୍ବ ପ୍ରସାଶନିକ ଅଧିକାରୀ ନବକିଶୋର ପଟ୍ଟନାୟକ,ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ା , ହରିବନ୍ଧୁ ସାହୁ,ଗୋପୀନାଥ ଖାଡଙ୍ଗା,ଦିବାକର ପରମଗୁରୁ,ପ୍ରଫୁଲ୍ଲ ମହାପାତ୍ର,ପ୍ରଭାକର ସାହୁ, ରାଧେଶ୍ୟାମ ରାୟଗୁରୁ ମହାପାତ୍ର,ପୁରନ୍ଦର ବେହେରା ,ରଘୁନାଥ ଦଳବେହେରା,କୈଳାସ ତ୍ରିପାଠୀ,ଭକ୍ତବଲ୍ଲଭ ପଟ୍ଟନାୟକ, ସମବାୟବିତ ଲଲାଟେନ୍ଦୁ କେଶରୀ ସିଂହ,ଅଚ୍ୟୁତ ସାହୁ, ରଘୁନାଥ ଦଳବେହେରାଆଦି ଅନେକ ଅନୁଷ୍ଠାନ ତରଫରୁ ଶ୍ରୀ ହୋତାଙ୍କ ଶୋକ ସଭା ପାଳିତ ହୋଇଯାଇଛି l ଏଥି ସହିତ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର ମହାପାତ୍ର ଓ ବର୍ତ୍ତମାନ ର ବିଧାୟକ ପ୍ରଦୀପ କୁମାର ସାହୁ, କଂଗ୍ରେସ ନେତା ସଦାଶିବ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି l ଅପରପକ୍ଷେ ବୋଲଗଡ ସାମ୍ବାଦିକ ପରିବାର ପକ୍ଷରୁ ପ୍ରମେୟ ପ୍ରତିନିଧି ସତ୍ୟନାରାୟଣ ବାରିକଙ୍କ ଆବାହକତ୍ୱରେ ବୋଲଗଡ ନନ୍ଦିଘୋଷ ଠାରେ ଶୋକ ସଭା ପାଳିତ ହୋଇଥିଲା l ଏହି ସଭାରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ସଭାପତିତ୍ୱ କରିଥିବାବେଳେ ନିରଞ୍ଜନ ନାୟକ ସଭା ପରିଚାଳନା କରିଥିବା ବେଳେ ପ୍ରମେୟ ପ୍ରତିନିଧି ସତ୍ୟନାରାୟଣ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ବୋଲଗଡ଼ ପ୍ରେସ କ୍ଳବ୍ ସଭାପତି ପ୍ରସନ୍ନ କୁମାର ସ୍ବାଇଁ,ସାମ୍ବାଦିକ ଦେବବ୍ରତ ହୋତା, ସୁଶାନ୍ତ ପ୍ରଧାନ, ଦିଲ୍ଲୀପ ଚୌଧୁରୀ, ଯଦୁନାଥ ସାମନ୍ତରାୟ, ଅବଦୁଲ ଖଲିକ ଖାଁ ଆଦି ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ l ବୋଲଗଡର ସମସ୍ତ ଅନୁଷ୍ଠାନ ଓ ସାମ୍ବାଦିକ ପରିବାର ସଙ୍ଘ ପକ୍ଷରୁ ଶ୍ରୀ ହୋତାଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ମହାପ୍ରଭୁ ଅଶେଷ ଶକ୍ତି ପ୍ରଦାନ କରିବା ନିମନ୍ତେ ପାର୍ଥାନା କରିଛନ୍ତି। ପ୍ରମେୟ ପରିବାର ପକ୍ଷରୁ ବୋଲଗଡ ପ୍ରମେୟ ପ୍ରତିନିଧି ସତ୍ୟନାରାୟଣ ବାରିକ ସମସ୍ତ ଅନୁଷ୍ଠାନରେ ଯୋଗଦେଇ ସମସ୍ତଙ୍କୁପ୍ରମେୟ ପରିବାର ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments