logo
add image
ମା' ଦୁର୍ଗାଦେବୀଙ୍କ ପୀଠରେ ଶୁଭଖୁଣ୍ଟି ସ୍ଥାପନ : ସପ୍ତମୀ ଠାରୁ ପୂଜା ଆରମ୍ଭପାଇଁ ବ୍ୟାପକ ପ୍ରସ୍ତୁତି

ମା' ଦୁର୍ଗାଦେବୀଙ୍କ ପୀଠରେ ଶୁଭଖୁଣ୍ଟି ସ୍ଥାପନ : ସପ୍ତମୀ ଠାରୁ ପୂଜା ଆରମ୍ଭପାଇଁ ବ୍ୟାପକ ପ୍ରସ୍ତୁତି

ବାଲିଗୁଡା/୧୭/୦୯/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ଓ଼ ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ମା' ଦୁର୍ଗା ଦେବୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଖୁବ ଯାକ ଯାକମକରେ ପାଳନ କରିବା ନେଇ ନିଷ୍ପତ୍ତି ହେବାପରେ ଏହି ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି l ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗ୍ରାମ୍ୟ କମିଟି ତରଫରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆସନ୍ତା ୨୮ତାରିଖ ଦିନ ଅଧିବାସ ସହିତ କଳସଯାତ୍ରା ଅନୁଷ୍ଠିତ ହେବ ଏବଂ ମାଙ୍କ ଠାରେ ରୀତି ନୀତି ଅନୁସାରେ ସପ୍ତମୀ ପୂଜାଠାରୁ ଦଶମୀ ଦୁର୍ଗାପୂଜାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଗ୍ରାମ୍ୟ କମିଟି ତରଫରୁ ସ୍ଥିର କରାଯାଇଛି l ନୁଆସାହି ଗ୍ରାମ୍ୟ କମିଟି ଉପଦେଷ୍ଟା ବିଜୟ ଚନ୍ଦ୍ର ଖଣ୍ଡଗିରି,ବିରୁପାକ୍ଷ ଦାଶ,ସତ ଧନୁ ପ୍ରଧାନୀ,ସଭାପତି ଜଳେନ୍ଦ୍ର ପାତ୍ର,ସମ୍ପାଦକ ସୁବ୍ରତ ପ୍ରାଧନୀ,ମନ୍ଦିର ପୂଜାରୀ ବିଭୀଷଣ ପାତ୍ର,ସଂଜୟ ପାତ୍ର,ଜଗନ୍ନାଥ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Recent Comments

Leave Comments

Top