logo
add image
ଯୁବ ରେଡକ୍ରସ ପକ୍ଷରୁ 'ଏକ୍ ପେଡ୍ ମାକେ ନାମ' କାର୍ଯ୍ୟକ୍ରମ ଆୟୋଜିତ

ଯୁବ ରେଡକ୍ରସ ପକ୍ଷରୁ 'ଏକ୍ ପେଡ୍ ମାକେ ନାମ' କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା/୧୭/୦୯/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖାଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ  'ଏକ୍ ପେଡ୍ ମାକେ ନାମ' ୨.୦ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯାଇଛି l ଏଥିରେ ଅଧ୍ଯକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ,ଶୈକ୍ଷିକ ପରାମର୍ଶଦାତା ଡ.ସୁଶାନ୍ତ କୁମାର ଦାସ, ଅଧ୍ଯାପକ ପରିଷଦ ସଂପାଦକ ତେଜେଶ୍ୱର ନାୟକ, ଅଧ୍ଯାପକ ସରୋଜ କୁମାର ପାଠୀ,ଜାତୀୟ ସେବା ଯୋଜନା କାର୍ଯ୍ଯକ୍ରମ ଅଧିକାରୀ ହମନ୍ ଦିବାକା,ଅରୁନ୍ଧତୀ ପ୍ରଧାନ,ଯୁବ ରେଡକ୍ରସ୍ କାଉନସେଲର ମାନସ ରଂଜନ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ଯାପକ, ଅଧ୍ଯାପିକା ଛାତ୍ରଛାତ୍ରୀ ସ୍ବେଛାସେବୀ ସମୂହ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ସାମିଲ୍ ରହି କଲେଜ ଚତୁର୍ପାଶ୍ଵରେ ଶତାଧିକ ବୃକ୍ଷରୋପଣ କରିଥିଲେ l

Recent Comments

Leave Comments

Top