ସିନାପାଲି /ନୂଆପଡ଼ା/୧୮/୦୯/୨୫/ (ଆଧାର ମିଡ଼ିଆ/ରିପୋର୍ଟ-ହେରମ୍ବ ମେହେର)- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧିନସ୍ଥ ଟିମନପୂର୍ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏକ ଛାତ୍ରକୁ ନିର୍ଯାତନା ଦେବା ଅଭିଯୋଗ ହୋଇଛି l ପ୍ରାପ୍ତ ଖବର ଅନୁସାରେ କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ଗ୍ରାମର ଉଦିଆ ନାଏକଙ୍କ ପୁଅ ଆକାଶ ନାଏକ ଟିମନପୂର ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଛାତ୍ରଅଟନ୍ତି l ତାଙ୍କୁ ବିନା କାରଣରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ହୋତା ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା,ମାନସିକ ନିର୍ଯାତନା ଦେଉଥିବା ଏବଂ ଛାତ୍ର ମାନଙ୍କ ଦ୍ଵାରା ପ୍ରଧାନଶିକ୍ଷକ ନିଜ ଦେହକୁ ମାଲିସ କରିବା ପାଇଁ ଜୋର ଜବରଦସ୍ତି କରୁଥିବା ଅଭିଯୋଗ ସହିତ ଏକ ଭିଡିଓ ମୋବାଇଲ ଦ୍ଵାରା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି l ଏ ବିଷୟରେ ଆକାଶଙ୍କ ଦ୍ଵାରା ଅଭିଯୋଗ ହେବାରୁ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ମଙ୍ଗଳ ଅଧିକାରୀ ଓ ସିନାପାଲି ବ୍ଲକ ମଙ୍ଗଳ ଅଧିକାରୀ ଆଶ୍ରମ ବିଦ୍ୟାଳୟକୁ ଆସି ଏହି ଅଭିଯୋଗର ତଦନ୍ତ କରିଥିଲେ l ତଦନ୍ତ ସମୟରେ ଆମ ପ୍ରତିନିଧି ଘଟଣା ଉପରେ ତଦନ୍ତ କରୁଥିବା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଓ ଭିଡିଓକୁ ଆଧାର କରି ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ପତ୍ରସଂଖ୍ୟା ୨୧୨୫/୧୮-୦୯-୨୦୨୫ରେ ଜିଲ୍ଲାପାଳ ମଧୁସୂଦନ ଦାସ ଟିମନପୂର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ହୋତାଙ୍କୁ ନିଲମ୍ୱିତ କରଛନ୍ତି ବୋଲି ପ୍ରକାଶ କରିଛନ୍ତି.l
Recent Comments