logo
add image
ବୌଦ୍ଧ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

ବୌଦ୍ଧ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ମହକ ଓ ଉତ୍ସାହ-୨୦୨୫ " ଉଦ‌ଯାପିତ

ବୌଦ୍ଧ/୧୯/୦୯/୨୦୨୫/(ଆଧାର ମିଡ଼ିଆ)-ସ୍ଥାନୀୟ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମ,ବିରନରସିଂହପୁର ବୌଦ୍ଧଠାରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁନେଇ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ମହକ ଓ ଉତ୍ସାହ-୨୦୨୫ " ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି ।ଆଜିର ଏହି ଉଦ‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପ ଜିଲ୍ଳାପାଳ ବୌଦ୍ଧ ଶ୍ରୀଯୁକ୍ତ ବିନୟ କୁମାର ଭୋଇ ଯୋଗଦେଇ ଶିଶୁ ମାନେ ଅନୁଶାସନ ଓ ପରମ୍ପରାକୁ ଅନୁସରଣ କରିବା ସହ ଓ ସମା ୟନବର୍ତ୍ତିତା ହେବାପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି କିଛି ଛାତ୍ରଛାତ୍ରୀ କିଭଳି ସଫଳତାର ସ୍ବାଦ ପାଇଛନ୍ତି ତାହାର ଉଦାହରଣ ମଧ୍ୟ ରଖିଥିଲେ ।ପାଠ ପଢିବାପାଇଁ ଅର୍ଥ ବାଧକନୁହେଁ, ଏବଂ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ସରକାର ସବୁବେଳେ ତତ୍ପର ରହିବେ ବୋଲି କହିଥିଲେ । ସରକାର ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କର ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ, ବିକାଶ ତଥା ଚିହ୍ନଟି କରଣ କରି ଜିଲ୍ଲା ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନୀତ କରିବାପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ଏବଂ ସେମାନଙ୍କର ଅଂଶ ଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଛନ୍ତି ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ହରଭଙ୍ଗା ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ ଯୋଗଦେଇ ଶିଶୁ ମାନଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ କୌଣସି ଅସୁବିଧା ହେଲେ ଜିଲ୍ଲା ପ୍ରଶାସନର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ ।ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି ଶ୍ରୀଯୁକ୍ତ ଦାମୋଦର ସାହୁ ଯୋଗଦେଇ ପ୍ରତିଯୋଗିତା ଗୁଡି କରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସୁନାମ ଅର୍ଜନ କରିବା ପାଇଁ ଉତ୍ସାହିତ କରିଥିଲେ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଯୋଗଦେଇ ସ୍ବାଗତଂ ଭାଷଣ ସହ ଅତିଥି ପରିଚୟ ଏବଂ ଦୁଇଦିନ ଧରି ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ସମ୍ପାଦକ ରାମକୃଷ୍ଣ ବାଳାଶ୍ରମ ନଵୀନ ଚନ୍ଦ୍ର ବଘାର ତାଙ୍କର ବକ୍ତବ୍ୟ ରଖିଥିଲେ  । କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାର ମାନପତ୍ର ଓ ପୁରସ୍କାର ରାଶି ଦେଇ ସମ୍ମାନୀ ଟତ କରାଯାଇଥିବାବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସୌଜନ୍ୟମୂଳକ ଉପହାର ଓ ମାନପ‌ତ୍ର ଦିଆଯାଇଥିଲା 
ପର୍ଯ୍ୟବେକ୍ଷଣ ଗୃହ ଓ ସ୍ୱତନ୍ତ୍ର ଗୃହ ବୌଦ୍ଧର ଶିଶୁ ମଙ୍ଗଳ ଅଧିକାରୀ ଧନଞ୍ଜୟ ଖମାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ଥିଲେ ।
ଶିଶୁ ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ବକୃତା ଓ ଅନ୍ୟାନ୍ୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୁଇ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ଥ ୭୦ଜଣ ଶିଶୁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିବା ବେଳେ ୟୁନିଟ୍ ର ବସନ୍ତ ଦିଶିରି, ସହଦେବ ନାୟକ, ଚିତ୍ରସେନ୍ ସାହୁ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର  ପ୍ରବୀଣ ହୋତା, ନୀଳାଞ୍ଚଳ ପ୍ରଧାନ, ଅନନ୍ତ ବାଘ, ଲିପିକା ଦେହୁରୀ ଓ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

Recent Comments

Leave Comments

Top